ରାଷ୍ଟ୍ରପତି ପଦକ ପାଇବେ ୮୫୫ ପୁଲିସ ଅଧିକାରୀ, ଓଡ଼ିଶାରୁ ୪୫

ଭୁବନେଶ୍ୱର: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ସାହସିକତା, ଉଲ୍ଲେଖନୀୟ ଓ ପ୍ରଶଂସନୀୟ ସେବା ଲାଗି ଦେଶର ମୋଟ ୮୫୫ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯିବ। ଏଥିରେ ଓଡ଼ିଶାରୁ ୪୫ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମନୋନୀତ କରାଯାଇଛି। ସେମାନଙ୍କୁ ଆସନ୍ତା ସ୍ବାଧୀନତା ଦିବସ ଅବସରରେ ପୁଲିସ ପଦକ ପ୍ରଦାନ କରାଯିବ। ସାହସିକତା ପାଇଁ ଓଡ଼ିଶାର ୨୬ ପୁଲିସ ଅଫିସରଙ୍କୁ ମନୋନୀତ କରାଯାଇଛି। ସେମାନେ ହେଲେ ଏସ୍‌ପି ପ୍ରତୀକ ସିଂ(ଆଇପିଏସ୍), ଅତିରିକ୍ତ ଏସ୍‌ପି ନିରଞ୍ଜନ ସାହୁ, ସୁବେଦାର ବିଦ୍ୟାଧର ସେଠୀ, କମାଣ୍ଡୋ ବିଶାଳ ବୋମଜାନ୍, ହାବିଲଦାର ଧ୍ରୁବ ବାହାଦୂର ବାସନେଟ, କମାଣ୍ଡୋ ରାଜେନ୍ଦ୍ର ମଲ୍ଲ, କମାଣ୍ଡୋ ଦୀପକ ସିଂ କୁଅଁର, ହାବିଲଦାର ରାଜେଶ ବିଶ୍ୱକର୍ମା, ଏଏସ୍‌ଆଇ ସୁନିଲ କୁମାର ନନ୍ଦ, ହାବିଲଦାର କମଳେନ୍ଦୁ ଷଡ଼ଙ୍ଗୀ, କନ୍‌ଷ୍ଟେବଲ ମଦନ କିଶାନ, କନ୍‌ଷ୍ଟେବଲ ଅଥନାସିୟସ ଜୋଜୋ, କନ୍‌ଷ୍ଟେବଲ୍‌ ମୁକେଶ କୁମାର ବ୍ରହ୍ମା, ସୁବେଦାର ରବୀନ୍ଦ୍ର ଶବର, ସୁବେଦାର ଅଶୋକ କୁମାର ରଥ, ହାବିଲଦାର ଆଲୋକ କୁମାର ସେଠୀ, କମାଣ୍ଡୋ ଧନଞ୍ଜୟ ବରାଡ, କମାଣ୍ଡୋ କୃଷ୍ଣ ଚନ୍ଦ୍ର ପିଙ୍ଗ, କମାଣ୍ଡୋ ସନ୍ତୋଷ କୁମାର ଧନ୍, ଓଏପିଏଫ୍‌ ଜଗନ୍ନାଥ କଅଁର କନ୍‌ଷ୍ଟେବଲ ମଧୁସୂଦନ ମଲ୍ଲିକ, ହାବିଲଦାର କେଶବ ସିସା, ହାବିଲଦାର ଜିତେନ୍ଦ୍ର କୁମାର ଦାସ, କନ୍‌ଷ୍ଟେବଲ ସିନୟା ଶେଖର ବେପାରୀ, କନ୍‌ଷ୍ଟେବଲ ଉଦ୍ଧବ ଚାଲାଣ ଓ କନ୍‌ଷ୍ଟେବଲ କାହ୍ନୁଚରଣ ମାଝୀ। ପ୍ରଶଂସନୀୟ ସେବା ପାଇଁ ଓଡ଼ିଶାର ୩ ପୁଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପାଇଁ ମନୋନୀତ କରାଯାଇଛି। ସୋମନେ ହେଲେ ସ୍ବତନ୍ତ୍ର ଗୁଇନ୍ଦା ଶାଖାର ଡିଏସ୍‌ପି ଜ୍ଞାନ ରଞ୍ଜନ ମହାପାତ୍ର, ଏସିପି ଜୋନ୍-୧ ଅସୀମ କୁମାର ପଣ୍ଡା, ସିବିଆଇ ଅର୍ଥନୈତିକ ଶାଖାର ଏସ୍‌ପି ଜୟନାରାୟଣ ରଣା।

ସେହିପରି ଉଲ୍ଲେଖନୀୟ ସେବା ପାଇଁ ୧୬ ଅଧିକାରୀଙ୍କୁ ମନୋନୀତ କରାଯାଇଛି। ସେମାନେ ହେଲେ ଢେଙ୍କାନାଳ ଓଏସଏପି କମାଣ୍ଡାଣ୍ଟ ନବ କିଶୋର ଦାସ, ପ୍ରଥମ ବାଟାଲିୟନ, ଏସଓଜି ଡେପୁଟି କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ସ୍ବତନ୍ତ୍ର ଗୁଇନ୍ଦା ଶାଖାର ଡିଏସ୍‌ପି ଅଶୋକ କୁମାର ଦେଓ, ସ୍ପେସାଲ ସିକ୍ୟୁରିଟି ବାଟାଲିଅନର ଏସିପି ସିକ୍ୟୁରିଟି ପ୍ରଫୁଲ୍ଲ କୁମାର ସିଂହ, ଦୁର୍ନୀତି ନିବାରଣ ନିର୍ଦେଶାଳୟର ଇନ୍‌ଚାର୍ଜ ଡିଏସ୍‌ପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀ, କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ଇନଚାର୍ଜ ଡିଏସ୍‌ପି ସ୍ନିଗ୍ଧା ଭଞ୍ଜ, ଖୋର୍ଦ୍ଧା ସଦର ଥାନା ଇନ୍ସପେକ୍ଟର ବିକ୍ରମ କେଶରୀ ଜେନା, ସିବିଆଇ ଇନ୍ସପେକ୍ଟର ସଞ୍ଜୟ କୁମାର ସାମଲ, ସ୍ବତନ୍ତ୍ର ଗୁଇନ୍ଦା ଶାଖାର ଏସ୍ଆଇ ବ୍ରହ୍ମାନନ୍ଦ ପଣ୍ଡା, ସମ୍ବଲପୁର ତେଲକୋଇ ଥାନା ଏଏସ୍‌ଆଇ କୈଳାସ ଚନ୍ଦ୍ର ପ୍ରଧାନ, ଝାରସୁଗୁଡ଼ା ଆର୍‌ଓ ହାବିଲ୍‌ଦାର ଆଲେକଜାଣ୍ଡର କୁଜୁର, ବ୍ରହ୍ମପୁର ଡିଭିଜନ୍‌ର କନ୍‌ଷ୍ଟେବଲ ବିପ୍ର ଚରଣ ଗୌଡ଼, ଦାମନଯୋଡ଼ିସ୍ଥିତ ନାଲକୋର ସିନିଅର କମାଣ୍ଡାଣ୍ଟ ପ୍ରଦୀପ କୁମାର ଭାରତୀ, ମୁଣ୍ଡଳି ସିଆଇଏସ୍ଏଫର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏକଜିକ୍ୟୁଟିଭ୍ ନିରଞ୍ଜନ ସିଂରାୱତ, ବଲାଙ୍ଗୀରସ୍ଥିତ ସିଆରପିଏଫ୍‌ ୧୮୯ ବାଟାଲିଅନର ଇନ୍ସପେକ୍ଟର ଜିତେନ୍ଦ୍ର ପ୍ରସାଦ ସିଂ ଓ କନ୍‌ଷ୍ଟେବଲ ଭକ୍ତଚରଣ ପୁଟେଲଙ୍କୁ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର