ପୌର ନିର୍ବାଚନ ପାଇଁ ଅବକାରୀ ବିଭାଗର ଧରପଗଡ଼, ୧୦ ଦିନରେ ୮୯୦ ଗିରଫ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଅବକାରୀ ବିଭାଗ ବିଭିନ୍ନ ପୌରାଞ୍ଚଳରେ ନିଶା କାରବାର ଧରପଗଡ଼କୁ ନେଇ ଜୋରଦାର ଅଭିଯାନ ଚଳାଇଛି। ଗତ ୧୦ଦିନ ମଧ୍ୟରେ ୮୯୦ଜଣଙ୍କୁ ଗିରଫ କରିଥିବା ବେଳେ ପ୍ରାୟ ୪.୫ କୋଟିର ନିଶା ସାମଗ୍ରୀ ଜବତ କରିଛି। ଅବକାରୀ କମିସନର ଆଶିଷ ସିଂହଙ୍କ ନିର୍ଦ୍ଦେଶକ୍ରମେ ୧୦୬୫ଟି ମାମଲାରେ ୩୫ ହଜାର ଲିଟର ଦେଶୀ ମଦ, ବିପୁଳ ପରିମାଣରେ ପୋଚ, ୧୦ ହଜାର ଲିଟର ବିଦେଶୀ ମଦ, ୧୬୦ଲିଟର ନକଲି ବିଅର ଜବତ କରାଯାଇଛି।

ସେହିଭଳି ୧୧୬୪କେଜି ଗଂଜେଇ, ୩୧୨ ଗ୍ରାମ୍‌ ଧଳାଜହର, ୬୩୦ ଲିଟର ବିୟର୍‌, ୨୯୧ଲିଟର ବିଦେଶୀ ମଦ, ୧୩୬ଲିଟର ଜିଞ୍ଜର, ୫୭୭ ଲିଟର ଭାଟି ମଦ ଜବତ କରାଯାଇଛି। ସେହିଭଳି ଚୋରା ନିଶା ସାମଗ୍ରୀ ଚାଲାଣ ବେଳେ ୫୪ଟି ଚାରିଚକିଆ, ୨ଚକିଆ, ଟ୍ରକ ଆଦି ଜବତ କରାଯାଇଛି। ଆଜି ବରମୁଣ୍ଡା, ଭରତପୁର ଓ ସାଲିଆସାହିରେ ଦେଶୀ ମଦ ବିକ୍ରି ହେଉଥିବା ବେଳେ ଭୁବନେଶ୍ବର ଅବକାରୀ ବିଭାଗ ୧୧ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର