ରୋଟାରି କ୍ଲବ୍‌ ମିଡୋଜର ଅଷ୍ଟମ ଅଧିଷ୍ଠାନ ଦିବସ

ଭୁବନେଶ୍ୱର: ରୋଟାରି କ୍ଲବ ମିଡୋଜ୍‌ର ଅଷ୍ଟମ ଅଧିଷ୍ଠାନ ଦିବସ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ମେୟର ସୁଲୋଚନା ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ସଭାପତି ରୋଟାରିଆନ୍‌ ଶାନ୍ତନୁ ମହାପାତ୍ର ଓ ସମ୍ପାଦକ ରୋଟାରିଆନ୍‌ ବିକାଶ ଗରାବଡୁଙ୍କୁ ଶୁଭେଚ୍ଛା ଜଣାଇବା ସହ ରୋଟାରି କ୍ଲବର ସାମାଜିକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ କ୍ଲବର ଉପଦେଷ୍ଟା ଓ ପୂର୍ବତନ ଗଭର୍ଣ୍ଣର ରୋଟାରିଆନ ଅଶ୍ବିନୀ କର ମିଡୋଜ କ୍ଲବ୍‌ର ଭବିଷ୍ୟତ କାର୍ଯ୍ୟପନ୍ଥା ଓ ସାମାଜିକ ଦାୟିତ୍ବ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ। ନୂତନ ଭାବେ ଯୋଗ ଦେଇଥିବା ଦୁଇ ଯୁବ ରୋଟାରିଆନ୍‌ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ସୂରଜ ରାଜଙ୍କୁ ଅନୁଷ୍ଠାନିକ ଭାବରେ କ୍ଲବକୁ ସ୍ବାଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ରୋଟାରି ଜୋନାଲ ଚେୟାର୍‌ ରମେଶ ସାହୁ, ଡିଷ୍ଟ୍ରିକ୍ଟ ସେକ୍ରେଟାରି ପି. ବିଜୟ କୁମାର ଓ ରୋଟାରି କ୍ଲବର ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ସଭାରେ ଯୁବଶିଳ୍ପୀ ପ୍ରିୟଙ୍କା ସାହାଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ରୋଟାରିଆନ୍‌ ଡ. ଈଶା ମିଶ୍ର ସୂଚାରୁରୂପରେ ସମ୍ପାଦନ କରିଥିବା ବେଳେ ମନୋନୀତ ସଭାପତି ରୋଟାରିଆନ୍‌ ଗୋପାଳ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର