ଭୁବନେଶ୍ବର: ଷ୍ଟ୍ରିଟ କ୍ରାଇମ ରୋକିବାକୁ କମିସନରେଟ ପୁଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ କରାଯାଇଛି।ଏନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କମିସନରେଟ ପୁଲିସକୁ ମିଳିଛି ଏଥିରେ ବଡ଼ ସଫଳତା। ୯ ଜଣ ମୋବାଇଲ ଲୁଟେରା ଓ ପକେଟ ମାରୁକୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ କମିସନରେଟ ପୁଲିସ ୩୬ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରିଛି।
ମୋବାଇଲ ଛଡ଼ା ଗ୍ୟାଙ୍ଗ ଦୀର୍ଘ ଦିନ ହେବ କମିସନରେଟ ପୁଲିସ ଅଞ୍ଚଳରେ ଆତଙ୍କ ଖେଳାଇଥିଲେ। ରାସ୍ତାଘାଟରେ ଯାଉଥିବା ବ୍ୟକ୍ତି ବିଶେଷଙ୍କ ମୋବାଇଲ ଝାମ୍ପି ଫେରାର ହେଇଯାଉଥିଲେ। କମିସନରେଟ ପୁଲିସର ବିଭିନ୍ନ ଥାନାରେ ଏମାନଙ୍କ ନାମରେ ମାଳ ମାଳ ମାମଲା ରହିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Commissionarate-Police-Bhubaneswar-750x430-1.jpg)