ବାଲିପାଟଣାର ୯ ଛାତ୍ରଛାତ୍ରୀ ‘ଏ୧’ ଗ୍ରେଡ୍‌

ବାଲିପାଟଣା: ବାଲିପାଟଣା ବ୍ଲକର ୯ ଜଣ ଛାତ୍ରଛାତ୍ରୀ ‘ଏ୧’ ଗ୍ରେଡ୍‌ ହାସଲ କରିଛନ୍ତି। ଚଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟର ଜୀବନ ଜ୍ୟୋତି ରାଉତରାୟ, ଶୁଚିସ୍ମିତା ଜୟସିଂ, ସ୍ୱୟଂଶ୍ରୀ ମହାନ୍ତି, ସାଇ ଶ୍ରୁତି ଦାଶ ଓ ସତ୍ୟଶିବ ଦାସ ‘ଏ୧’ ଗ୍ରେଡ୍‌ ରଖିଛନ୍ତି। ସେହିପରି ବିପିନ ବିହାରୀ ହାଇସ୍କୁଲରୁ ଦେବସ୍ମିତା ମହାପାତ୍ର, ନରିଶୋ ପଞ୍ଚାୟତ ହାଇସ୍କୁଲରୁ ଶୁଭଲକ୍ଷ୍ମୀ ମହାରଣା, କୁଶଭଦ୍ରା ଉଚ୍ଚ ବିଦ୍ୟାଳୟରୁ ଶୁଭଲକ୍ଷ୍ମୀ ବେହେରା ଓ ବନମାଳିପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ସମ୍ବିତ୍‌ କୁମାର ସାହୁ ‘ଏ୧’ ଗ୍ରେଡ୍‌ ହାସଲ କରିଛନ୍ତି। ଚଣାହାଟ ହାଇସ୍କୁଲର ଛାତ୍ର ଜୀବନ ଜ୍ୟୋତି ରାଉତରାୟ ୫୭୦ (୯୫%) ନମ୍ବର ଓ ବିପିନ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦେବସ୍ମିତା ମହାପାତ୍ର ୫୫୬ (୯୩ %) ନମ୍ବର ରଖି ବ୍ଲକ୍‌ରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଲାଭ କରିଛନ୍ତି। ବ୍ଲକରୁ ଏହି ଗ୍ରେଡ୍‌ ହାସଲ କରିଥିବା ମୋଟ୍‌ ୯ ଜଣ ପିଲାଙ୍କ ମଧ୍ୟରୁ କେବଳ ଚଣାହାଟ ହାଇସ୍କୁଲରୁ ୫ ଜଣ ଏହି ସଫଳତା ପାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର