ନିୟମ ନମାନି ଦୋକାନ ଖୋଲିଲେ, ୯୦ ହଜାର ଜରିମାନା ଗଣିଲେ

ବାପୁଜୀ ନଗରର ଗୋଟିଏ, ଗିରିଦୁର୍ଗା ମନ୍ଦିର ନିକଟରୁ ୬ ଦୋକାନକୁ ଜରିମାନା

ଭୁବନେଶ୍ବର: କୌଣସି ମାର୍କେଟ୍‌ କମ୍ପ୍ଲେକ୍ସରେ ଦୋକାନ ଖୋଲିପାରିବନି। ଯଦି ଗୋଟିଏ କୋଠାରେ ୫ରୁ ଅଧିକ ଦୋକାନ ଥିବ, ତେବେ ବି ଦୋକାନ ଖୋଲିପାରିବନି ବୋଲି ବିଏମ୍‌ସି ନିୟମ କରିଛି। ହେଲେ ଏହି ନିୟମକୁ ଉଲ୍ଲଂଘନ କରି ବହୁ ଦୋକାନୀ ଦୋକାନ ଖୋଲୁଥିବା ଦେଖିବାକୁ ମିଳୁଛି। ବିଏମ୍‌ସି କର୍ତ୍ତୃପକ୍ଷ ବ୍ୟବସାୟୀମାନଙ୍କୁ ବାରମ୍ବାର ତାଗିଦ୍‌ କରିବା ପରେ ବି କେତେକ ଦୋକାନୀ ‌ଏହାକୁ ମାନୁନାହାନ୍ତି। ତେଣୁ ବିଏମ୍‌ସି ପକ୍ଷରୁ ଜରିମାନା ଆଦାୟ ‌ଆରମ୍ଭ ହୋଇଛି।

ବାପୁଜୀ ନଗରରେ ମୋବାଇଲ୍‌ ଦୋକାନ ଉପରେ ଚଢ଼ଉ ହେଉନି, ଗୋଟିଏ କୋଠାରେ ୬ରୁ ଅଧିକ ଦୋକାନ

ଆ‌ଜି ଦକ୍ଷିଣ-ପୂର୍ବ ଜୋନ୍‌ରେ ଜନପଥରେ ଚଢ଼ଉ କରି ୭ଟି ଦୋକାନ ସିଲ୍‌ କରିବା ସହ ୯୦ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଜାରି ହୋଇଥିବା ଏସ୍‌ଓପି ଅନୁଯାୟୀ କୌଣସି ମାର୍କେଟ୍‌ କ‌ମ୍ପ୍ଲେକ୍ସ (୫ରୁ ଅଧିକ ଦୋକାନ ଗୋଟିଏ କୋଠାରେ ଥିଲେ) ଖୋଲିପାରିବନି। ହେଲେ ବାପୁଜୀ ନଗରରେ ଏକ ଦୋକାନ ଏବଂ ଗିରିଦୁର୍ଗା ମନ୍ଦିର ନିକଟରେ ଥିବା ମାର୍କେଟ କମ୍ପ୍ଲେକ୍ସ‌େର ବହି ‌େଦାକାନ ଖୋଲା ଥିବାରୁ ବିଏମ୍‌ସି ସ୍କ୍ବାଡ୍‌ ଏହି ଦୋକାନ ଉକରେ ଚଢ଼ଉ କରିଥିଲା। ବିଏମ୍‌ସିର ସୂଚନା ଅନୁଯାୟୀ ବାପୁଜୀନଗରର ଉକ୍ତ ଦୋକାନରୁ ୩୦ହଜାର ଟଙ୍କା ଏବଂ ୬ଟି ବହି ଦୋକାନରୁ ୧୦ହଜାର ଟଙ୍କା ଲେଖାଏ ଜରିମାନା ହୋଇଛି। ଅପରପକ୍ଷେ ବାପୁଜୀ ନଗରରେ ବହୁ ମୋବାଇଲ୍‌ ଦୋକାନ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଦୋକାନ ନିୟମ ଉଲ୍ଲଂଘନ କରୁଛନ୍ତି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର