ଭୁବନେଶ୍ବର : ଜୁନ ମାସରେ ଏମ୍ସରେ ଚିକିତ୍ସିତ ହୋଇଥିଲେ ୯୭୨ କୋଭିଡ୍ ଆକ୍ରାନ୍ତ। ଏଥିମଧ୍ୟରୁ ୩୦ କୋଭିଡ୍ ଆକ୍ରାନ୍ତ ମହିଳାଙ୍କ ପ୍ରସବ ହୋଇଛି ଏବଂ ଅଧିକାଂଶ ସୁସ୍ଥ ହୋଇ ଘରକୁ ଫେରିଥିବା ବିଭାଗୀୟ ଡାକ୍ତର କହିଛନ୍ତି। ସୂଚନା ଅନୁଯାୟୀ, ଏପ୍ରିଲ ୨୪ରେ ବନ୍ଦ କରାଯାଇଥିବା ଏମ୍ସ ଓପିଡି ଜୁନ ୨୮ରେ ଖୋଲିଥିଲା। ଏହା ସତ୍ତ୍ବେ ଜୁନରେ ଉଭୟ କୋଭିଡ୍ ଏବଂ ଅଣକୋଭିଡ୍ ଚିକିତ୍ସା ସ୍ବାଭାବିକ ଭାବରେ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଏହି ଗୋଟିଏ ମାସରେ ସମୁଦାୟ ୧୦,୬୭୩ ପଞ୍ଜୀକରଣ ହୋଇଛି। ଏଥିରୁ ୩୨୭୬ ରୋଗୀଙ୍କ ପଞ୍ଜୀକରଣ ଟ୍ରମା ଏବଂ ଜରୁରୀକାଳୀନ ବିଭାଗ, କୋଭିଡ୍ ସ୍କ୍ରିନିଂରେ ୪୯୧୫ ଏବଂ ୧୫ ହଜାର ୪୯୨ଙ୍କ ଟେଲିମେଡିସିନରେ ଚିକିତ୍ସା କରାଯାଇଛି। ଏହି ସମୟରେ ୯୩ଜଣଙ୍କର ପ୍ରସବ, ୪୧୦ ଜଣଙ୍କ ବଡ଼ ଅସ୍ତ୍ରୋପଚାର, ୨୪୦ ଜଣଙ୍କ ଜରୁରୀ ଅସ୍ତ୍ରୋପଚାର ଏବଂ ୧୮୭୫ ଜଣଙ୍କୁ ଭର୍ତ୍ତି କରାଯାଇଥିଲା। ୧୬,୩୧୯ ଜଣଙ୍କ ଆରଟିପିସିଆର, ୩୦୦ ଜଣଙ୍କ ଆଣ୍ଟିଜେନ ଟେଷ୍ଟ ହୋଇଛି। ୮୧୯୦ ରୋଗୀଙ୍କ ରେଡିଓଲୋଜିକାଲ ଯାଞ୍ଚ ହୋଇଛି।
ଜୁନ୍ରେ ଏମ୍ସରେ ଚିକିତ୍ସିତ ହୋଇଥିଲେ ୯୭୨ କୋଭିଡ୍ ଆକ୍ରାନ୍ତ
/sambad/media/post_attachments/wp-content/uploads/2020/07/aiims-bbsr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)