ପଦ୍ମଚରଣ ନାୟକଙ୍କ ୯୮ତମ ଜୟନ୍ତୀ

ଭୁବନେଶ୍ବର: ମଦମୁକ୍ତ ଭାରତ ଓ ଓଡ଼ିଶାରେ ମଦ ବିରୋଧୀ ଅଭିଯା‌ନରେ କାମ କରୁକରୁ ମୁଁ ମୋ ବୟସ ଓ ସ୍ବାସ୍ଥ୍ୟ କଥା ଭୁଲିଯାଇଛି। ଯେଉଁମାନେ ମୁଁ ଅଧିକ ଦିନ ବଞ୍ଚିରହେ ‌ବୋଲି ଚାହାନ୍ତି ସେମାନେ ଏହି ଆନ୍ଦୋଳନରେ ସାମିଲ ହୁଅନ୍ତୁ। ରେଡକ୍ରସ ଭବନରେ ସମାଜସେବୀ ପଦ୍ମଚରଣ ନାୟକ ନିଜ ୯୮ତମ ଜୟନ୍ତୀରେ ଏଭଳି କହିଛନ୍ତି। ସ୍ତମ୍ଭକାର ପଦ୍ମଚରଣ ନାୟକ ଅଭିନନ୍ଦନ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଶୈଳଜ ରବି, ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ବିଜୟ କୁମାର ସ୍ବାଇଁ ସଭାପତିତ୍ବ କରିଥିବାବେଳେ ଆବାହକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଜନ୍ମଦିନ ପାଳନର ଅଭିପ୍ରାୟ ସମ୍ପର୍କରେ କହିଥିଲେ। ଗିରିଜା ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶୁଭେନ୍ଦୁ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା‌‌ବେଳେ ମଳୟ ତ୍ରିପାଠୀ ଧନ୍ୟବାଦ ଦେଇଥି‌ଲେ। ଅପର୍ଣ୍ଣା ନାୟକ ମାନପତ୍ର ପାଠ କରିଥିଲେ। ବାସନ୍ତି ଆଚାର୍ଯ୍ୟ ସଙ୍ଗୀତ ଗାନ କରିଥିଲେ।

ସମ୍ବନ୍ଧିତ ଖବର