ଚନ୍ଦ୍ରଶେଖରପୁର: ଟିଭି ରିଚାର୍ଜ କରିବା ନେଇ ଜଣେ ଯୁବକ ଠକାମିର ଶିକାର ହୋଇଛନ୍ତି। ଏକ ଫେକ୍ କଷ୍ଟମର୍ କେୟାର କଲ୍ ପାଇଁ ପଟିଆ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୯ ହଜାର ଟଙ୍କା ଲୁଟ୍ ହୋଇଛି। ଠକାମିର ଶିକାର ହୋଇଥିବା ଯୁବକ ବି.ସି ରାଉତ ଆଜି ରାତିରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ସାଇବର୍ ଅପରାଧ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଟିଭି ରିଚାର୍ଜ ଅନ୍ଲାଇନ୍ରେ କେମିତି ହେବ, ସେନେଇ ୱେବ୍ସାଇଟ୍ ସର୍ଚ୍ଚ କରିଥିଲେ। ପରେ ସେ ମୋବାଇଲରେ ଏକ ଆପ୍ ଡାଉନ୍ଲୋଡ୍ କରି ୨୨୦ ଟଙ୍କାର ରିଚାର୍ଜ କରିଥଲେ। କିନ୍ତୁ ରିଚାର୍ଜ ଫେଲ୍ ହେବା ସହିତ ଆକାଉଣ୍ଟରୁ ଟଙ୍କା କଟି ଯାଇଥିଲା। ଏନେଇ ସେ କଷ୍ଟମର୍ କେୟାର ସହ ଯୋଗାଯୋଗ କରିଥିଲେ। କଷ୍ଟମର କେୟାର ବ୍ୟକ୍ତି ତାଙ୍କ ଆକାଉଣ୍ଟ ବିଷୟରେ ପଚରାଉଚରା କରିବା ପରେ କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରେ ଥିବା ୯୯ ହଜାର ଟଙ୍କା ଉଠାଣ ହୋଇଯାଇଥିଲା।
ଟିଭି ରିଚାର୍ଜ ନାମରେ ଠକିନେଲେ ୯୯ ହଜାର
/sambad/media/post_attachments/wp-content/uploads/2020/10/fraud.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)