ଉପୁଡ଼ି ପଡ଼ିଲା ୧୦୦ ବର୍ଷର ବରଗଛ

ବାଲିଅନ୍ତା: ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବାଲିଅନ୍ତା ପଞ୍ଚାୟତ ସାପ୍ତାହିକ ହାଟପଡ଼ିଆ ତଥା ମେଳଣ ପଡ଼ିଆ ଭିତରେ ଥିବା ୧୦୦ବର୍ଷର ଏକ ପୁରୁଣା ବରଗଛ ଉପୁଡ଼ି ପଡ଼ିଛି। ବରଗଛ ପଡ଼ି ହାଟ ଭିତରେ ଥିବା ୨୦ଟି ଚାଳି ମାଟିରେ ମିଶି ଯାଇଛି। ତେଣୁ ସଂପୃକ୍ତ ବ୍ୟବସାୟୀମାନେ ବ୍ୟବସାୟ କରିବା ନେଇ ସମସ୍ୟା ଉପୁଜିଛି। ଦୋଳମଣ୍ଡପକୁ ଲାଗି ରହିଥିବା ଏହି ଗଛଟି ୧୦୦ ବର୍ଷ ପୁରୁଣା ବୋଲି କହିଛନ୍ତି ମନ୍ଦିର ପୂଜକ ଶ୍ରୀଧର ଦାଶ, ପୂର୍ଣ୍ଣଚନ୍ଦ୍ର ସାହୁ, ବାମଦେବ ସାହୁ ଓ ରାଜେନ୍ଦ୍ର ବେହେରା। ଉକ୍ତ ଗଛକୁ କାଟି ସ୍ଥାନାନ୍ତର କରାଯିବା ନେଇ ବ୍ୟବସାୟୀମାନେ ସ୍ଥାନୀୟ ସରପଞ୍ଚଙ୍କୁ ଲିଖିତ ଭାବେ ଜଣାଇଛନ୍ତି। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ହାଟପାଳି ଦିନ ରାସ୍ତାକଡ଼ରେ ହାଟ ବସିବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର