ବାରଙ୍ଗ: ଆଜି ସକାଳେ ମହାନଦୀ ମୁଣ୍ଡଳୀ ଆନିକଟ ତଳ ମୁଣ୍ଡରେ ମାଛ ଧରୁଥିବା ଜଣେ କୈବର୍ତ୍ତଙ୍କ ଜାଲରେ ଏକ ଛୁଆ ଥଣ୍ଟିଆ କୁମ୍ଭୀର ଧରାପଡ଼ିଥିଲା। କୁମ୍ଭୀର ଛୁଆଟି ତଳଗଡ଼ ନିକଟରେ ମାଛଧରାଳୀ କୃପାସିନ୍ଧୁ ଦଳାଇ ଓରଫ କୁମ୍ପଙ୍କ ଜାଲରେ ପଡ଼ିଥିଲା। ଖବର ପାଇ ବନ ବିଭାଗ ଟିମ୍ ପହଞ୍ଚି କୁମ୍ପଙ୍କଠାରୁ କୁମ୍ଭୀର ଶାବକକୁ ନେଇଥିଲେ। ପାଖାପାଖି ୨ଫୁଟ୍ ଲମ୍ବର ଏହି କୁମ୍ଭୀର ଶାବକକୁ ପୁଣି ବନ ବିଭାଗ ମହାନଦୀ ପାଣିରେ ଛାଡ଼ିଦେଇଛି। ବନ୍ୟାରେ ସାତକୋଶିଆ ଗଣ୍ଡରୁ ଏହି କୁମ୍ଭୀର ଛୁଆ ଉଠିଆସିଥିବା ଅନୁମାନ କରାଯାଉଛି। ଗତ କିଛି ଦିନ ପୂର୍ବେ ଏକ ବଡ଼ ଥଣ୍ଟିଆ କୁମ୍ଭୀର କୁଆଖାଇ ନଦୀରେ ଦେଖାଯାଇଥିଲା। ପ୍ରଥମେ ଲୋକେ ଭୁବନେଶ୍ବର ଟଙ୍କପାଣି ବ୍ରିଜ୍ ନିକଟରେ ଦେଖିଥିଲେ ଏବଂ କିଛି ଦିନ ପରେ ତାକୁ ଦୟା ନଦୀର ଶାଖାନଦୀ ରାଜୁଆରେ ଦେଖିବାକୁ ମିଳିଥିଲା।
ମାଛଜାଲରେ ଥଣ୍ଟିଆ କୁମ୍ଭୀର ଛୁଆ
ଆଜି ସକାଳେ ମହାନଦୀ ମୁଣ୍ଡଳୀ ଆନିକଟ ତଳ ମୁଣ୍ଡରେ ମାଛ ଧରୁଥିବା ଜଣେ କୈବର୍ତ୍ତଙ୍କ ଜାଲରେ ଏକ ଛୁଆ ଥଣ୍ଟିଆ କୁମ୍ଭୀର ଧରାପଡ଼ିଥିଲା। କୁମ୍ଭୀର ଛୁଆଟି ତଳଗଡ଼ ନିକଟରେ ମାଛଧରାଳୀ କୃପାସିନ୍ଧୁ ଦଳାଇ ଓରଫ କୁମ୍ପଙ୍କ ଜାଲରେ ପଡ଼ିଥିଲା।
/sambad/media/media_files/2024/10/16/INvgHlg62y82elpM3oNj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)