ବାରଙ୍ଗ: ବାର୍ହା ଶିକାର ପାଇଁ ଶିକାରୀ ଖଞ୍ଜିଥିବା ବୋମା ଆଜି ଗୋଟିଏ ଗାଈ ପାଇଁ କାଳ ହୋଇଛି। ଗାଇଟି ଚରୁଥିବା ବେଳେ ବୋମାଟି ତା’ ମୁହଁରେ ଫୁଟିଯାଇଛି। ଗୁରୁତର ଗାଈଟି ଏବେ ମରଣ ସହ ସଂଘର୍ଷ କରୁଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାମଦାଶପୁର ପଞ୍ଚାୟତ ଗୋଡ଼ିସାହି ଗ୍ରାମରେ।
ସୂଚନାନୁସାରେ ପ୍ରମୋଦ ବେହେରାଙ୍କର ଏହି ଗାଈଟି ଆଜି ବାଲୁଙ୍କା ଜଙ୍ଗଲରେ ଚରୁଥିଲା। ଘାସ ଭିତରେ ଲୁଚାଯାଇଥିବା ଏକ ବୋମା ଗାଈ ମୁହଁରେ ଫୁଟିଯାଇଥିଲା। ବୋମା ବିସ୍ଫୋରଣରେ ଗାଈଟିର ମୁହଁ ଫାଳେ ଉଡ଼ିଯାଇଥିଲା ଏବଂ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଗାଈଟି ବିକଳରେ ଧାଇଁ ଧାଇଁ ପ୍ରମୋଦଙ୍କ ଘରକୁ ଫେରିବା ପରେ ସେ ତୁରନ୍ତ ପଶୁ ଡାକ୍ତରଙ୍କୁ ଯୋଗାଯୋଗ କରି ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗୋପାଳକମାନେ ଭୟଭୀତ ହୋଇପଡ଼ିଛନ୍ତି। ବାର୍ହା ଶିକାରୀମାନେ ସକ୍ରିୟ ଥିବା ମଧ୍ୟ ସ୍ପଷ୍ଟ ହୋଇଛି। ତେଣୁ ବନ ବିଭାଗ ତୁରନ୍ତ ଶିକାରୀଙ୍କୁ ଠାବ କରିବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/25-2.jpg)