ଭୁବନେଶ୍ବର: ବିଜେଡି ନେତ୍ରୀ ତଥା ପୂର୍ବତନ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ଫଟୋକୁ ହ୍ବାଟ୍ସଆପ୍ରେ ବ୍ୟବହାର କରି ସାଇବର ଠକ ଲୋକଙ୍କୁ ଟଙ୍କା ମାଗୁଛି। ଜଣେ କି ଦୁଇଜଣ ନୁହେଁ, ପାଖାପାଖି ୧୦ରୁ ଅଧିକ ଲୋକଙ୍କୁ ଏହିଭଳି ଏକକାଳୀନ ମେସେଜ୍ ପଠାଇ ଟଙ୍କା ମାଗୁଥିବା ଜଣାପଡ଼ିଛି। ଏନେଇ ଶ୍ରୀମୟୀ ଭୁବନେଶ୍ବର ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଖବର ଅନୁସାରେ, ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଏକ ଅଜଣା ହ୍ବାଟ୍ସଆପ୍ ନମ୍ବରରୁ ସବ୍ୟସାଚୀ ନାମକ ଜଣେ ଯୁବକଙ୍କୁ ମେସେଜ୍ ଆସିଥିଲା।
ଉକ୍ତ ନମ୍ବରର ଡିପିରେ ଶ୍ରୀମୟୀଙ୍କ ଫଟୋ ଲାଗିଥିଲା। ସେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ବସିଥିବା କହି ତାଙ୍କ ନାଁରେ ସାହାଯ୍ୟ ମାଗିଥିଲା। ତାଙ୍କର ଜଣେ ସହଯୋଗୀ ଟଙ୍କା ଆବଶ୍ୟକ କରୁଛି, କିଛି ଟଙ୍କା ତାଙ୍କୁ ନିର୍ଦ୍ଦିଷ୍ଟ ବ୍ୟାଙ୍କ୍ ଆକାଉଣ୍ଟ୍ରେ ପଠାଇବାକୁ କୁହାଯାଇଥିଲା। ଏହିଭଳି ମେସେଜ୍ ଏକାଧିକ ଲୋକଙ୍କ ପାଖକୁ ଆସିବା ପରେ ସେମାନେ ଶ୍ରୀମୟୀଙ୍କୁ ଯୋଗାଯୋଗ କରିଥିଲେ। ପରେ ଜଣାପଡ଼ିଥିଲା ଯେ ଏହା ସାଇବର୍ ଠକର କରାମତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/87.jpg)