‘ଏ ଡିସ୍‌ରପ୍ଟେଡ୍‌ ୱାର୍ଲ୍ଡ’ ଲୋକାର୍ପିତ

ଭୁବନେଶ୍ବର: କରୋନା ଭୂତାଣୁ କିପରି ବିଶ୍ବକୁ ଏକ ହତାଶ ଓ ଗମ୍ଭୀର ପରିସ୍ଥିତି ଭିତରକୁ ଟାଣି ନେଇଛି ତଥା କରୋନା ମହାମାରୀ ପରବର୍ତୀ ବ୍ୟାଘାତର କାହାଣୀକୁ ନେଇ ଡାକ୍ତର ସୁକାନ୍ତ ଦାସଙ୍କ ଲିଖିତ ପୁସ୍ତକ ‘ଏ ଡିସ୍‌ରପ୍ଟେଡ୍‌ ୱାର୍ଲ୍ଡ (ଏକ ବିପର୍ଯ୍ୟସ୍ତ ପୃଥିବୀ)’ ନିକଟରେ ଲୋକାର୍ପିତ ହୋଇଯାଇଛି। ପୁସ୍ତକର ଏଭଳି ନାମକରଣ ସମ୍ପର୍କରେ କହିବାକୁ ଯାଇ ଡା. ଦାସ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବିଶ୍ବର ୫୦୦ ନିୟୁତରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୬ ନିୟୁତରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଲେଣି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏତେ ସଂଖ୍ୟାରେ ଲୋକଙ୍କ ପ୍ରାଣହାନୀ ଆଉ କୌଣସି ଘଟଣାରେ ହୋଇନଥିଲା।

ଏଣୁ ଏହି ପୁସ୍ତକର ନାମ ଏହିଭଳି ରହିଛି। କରୋନା ମହାମାରୀରେ ପ୍ରଭାବିତ ପ୍ରତିଟି ମଣିଷ ପାଇଁ ଏହି ପୁସ୍ତକଟି ଉଦ୍ଧିଷ୍ଟ ବୋଲି ଡା. ଦାସ କହିଛନ୍ତି। ଅର୍ଥ‌ାତ ସେ ଛାତ୍ର ହୁଅନ୍ତୁ ବା ଆଇଟି ପ୍ରଫେସ୍‌ନାଲ୍‌, ସେ ଗୃହିଣୀ ହୁଅନ୍ତୁ ଅବା ସାମ୍ବାଦିକ, ଅମଲାତନ୍ତ୍ର ହୁଅନ୍ତୁ ବା ରାଜନେତା; ମହାମାରୀକୁ ସାମ୍‌ନା କରିଥିବା ଓ ଅଙ୍ଗେ ଲିଭେଇଥିବା ପ୍ରତିଟି ବିଶ୍ବବାସୀ ପାଇଁ ପୁସ୍ତକଟି ଉପାଦେୟ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର