ଭୁବନେଶ୍ବର: ବର୍ଷ ସାରା ପରିଶ୍ରମ କରି ଚାଷୀ ଚାଷ କରୁଛି। କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ବିକିବ ବୋଲି ଆଶା କରିଛି। କିନ୍ତୁ ଚାଷୀର ଧାନ ଥାନାରେ ଗଜା ହୋଇଯାଇଛି। କ୍ୟାପିଟାଲ ପୁଲିସର ଅବହେଳା ପାଇଁ ପ୍ରାୟ ୧୮ କୁଇଣ୍ଟାଲ ଧାନ ଗଜା ହୋଇଥିବା ଅଭିଯୋଗ ହୋଇଛି। ପୁଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଚାଷୀମାନେ କ୍ୟାପିଟାଲ ଥାନା ଆଗରେ ଗଜା ଧାନ ରଖି ପ୍ରତିବାଦ କରିଛନ୍ତି।
ମଣ୍ଡିରେ କଟନି ଛଟନି ପ୍ରତିବାଦରେ ଗତମାସ ୧୮ ତାରିଖରେ ନବନିର୍ମାଣ ସଂଗଠନ ନେତୃତ୍ୱରେ ବିଧାନସଭା ଆଗରେ ଧାନ ରଖି ବିକ୍ଷୋଭ କରିଥିଲେ ଚାଷୀ। ପୁଲିସ ବିକ୍ଷୋଭକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟପଟେ ଧାନ ଗାଡ଼ି ଜବତ କରିଥିଲା। ଗିରଫ ଚାଷୀଙ୍କୁ ବେଲ ମିଳି ଯାଇଥିଲା। ହେଲେ ଜବତ ହୋଇଥିବା ଧାନକୁ ଚାଷୀଙ୍କୁ ଦେଇ ନଥିଲା ପୁଲିସ।
ଆହୁରି ପଢ଼ନ୍ତୁ: NHRC: ଥାଇଲ୍ୟାଣ୍ଡରୁ ଆସିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ
ଆଜି କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଧାନ ଗାଡ଼ି ଛାଡ଼ିବାକୁ ବାଧ୍ୟ ହୋଇଥିଲା ପୋଲିସ। ହେଲେ ପୁଲିସ ବାବୁଙ୍କ ଅବହେଳା ପାଇଁ ଧାନ ବସ୍ତା ବାହାରେ ପଡ଼ି ପଡ଼ି ଖରାପ ହୋଇଯାଇଛି। ଧାନ ଗଜା ବସ୍ତା ଫଟେଇ ବାହାରକୁ ବାହାରିଛି। ଆଖି ଆଗରେ କଷ୍ଟ ଅର୍ଜିତ ଧାନ ନଷ୍ଟ ହୋଇଯାଇଥିବା ଦେଖି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଜଗତସିଂହପୁର ଜିଲ୍ଲାର ଚାଷୀ ଧ୍ରୁବ ଚରଣ ପରିଡ଼ା। ପୋଲିସ କିମ୍ବା ସରକାର କ୍ଷତି ପୂରଣ ନଦେଲେ ଚରମ ନିଷ୍ପତି ନେବେ ବୋଲି କ୍ୟାମେରା ସାମ୍ନାରେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/03/07/new-project-2026-03-07-22-49-12.jpg)