ଅକ୍ଷୟ ସାହିତ୍ୟ ଓ ସଂଗୀତ ସମ୍ମାନ ପ୍ରଦାନ ଉତ୍ସବ: ଭୀମଙ୍କୁ ‘ଅକ୍ଷୟ ସାହିତ୍ୟ’ ଓ ବିଚିତ୍ରାନନ୍ଦଙ୍କୁ ‘ଅକ୍ଷୟ ସଂଗୀତ’ ସମ୍ମାନ

ଭୁବନେଶ୍ବର: ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’, ଓଡ଼ିଶା ସିନେକ୍ରିଟିକ୍‌ ଆସୋସିଏସନ୍‌ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଅକ୍ଷୟ ସାହିତ୍ୟ ଓ ସଂଗୀତ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଖ୍ୟାତ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ବିଂଶତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ, ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ବିଭାଗୀୟ ‌ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ବିବରଣୀ ପାଠ କରିଥିଲେ। ଏହି ଅବସରରେ ଚଳିତ ବର୍ଷ ବିଶିଷ୍ଟ ସାହିତ୍ୟିକ ଭୀମ ପୃଷ୍ଟିଙ୍କୁ ‘ଅକ୍ଷୟ ସାହିତ୍ୟ ସମ୍ମାନ’, ପୂର୍ବତନ ମୁଖ୍ୟଯନ୍ତ୍ରୀ ତଥା କଣ୍ଠଶିଳ୍ପୀ ଇଂ ବିଚିତ୍ରାନନ୍ଦ ଦେଓଙ୍କୁ ‘ଅକ୍ଷୟ ସଂଗୀତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଶେଷର ଆୟୋଜିତ ସଂଗୀତ ସନ୍ଧ୍ୟାରେ କଣ୍ଠଶିଳ୍ପୀ ବିଚିତ୍ରାନନ୍ଦ ଦେଓ, ସୌରଭ ନାୟକ, ଛନ୍ଦା ମିଶ୍ର, ଶୈଳଭାମା ମହାପାତ୍ର, ପ୍ରୀତିନନ୍ଦା ରାଉତରାୟ, ଯଶସ୍ବିନୀ, ସଂଜୟ ମିଶ୍ର, ଋତିକ୍‌ ରିମ୍‌ଝିମ୍‌ ପ୍ରମୁଖ ଚିରସବୁଜ ସଂଗୀତ ପରିବେଷଣ କରି ଅକ୍ଷୟଙ୍କ ସ୍ମୃତିକୁ ଉଜ୍ଜୀବିତ କରିଥିଲେ। ଶ୍ରୀନିବାସ ଘଟୁଆରୀ ଏହାକୁ ସଂଯୋଜନା କରିଥିବା ବେଳେ ରବି ବିଶ୍ବାଳ, ଶ୍ରୀଧର ମାର୍ଥା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର