ଭୁବନେଶ୍ବର : ସେଫ୍ ସିଟି ଡ୍ରାଇଭ୍ରେ କମିସନରେଟ୍ ପୁଲିସ୍ ରବିବାର ଦିନ ବିଭିନ୍ନ ଖଟିରେ ଚଢ଼ଉ କରି ୧୩ହଜାର ଟଙ୍କା ଜରିମାନା ଆଦାୟ କରିଛି। ସଂଧ୍ୟାରେ ପୁଲିସ୍ ବରମୁଣ୍ଡା ବସଷ୍ଟାଣ୍ଡ, ଫାୟାର ଷ୍ଟେସନ୍ ଅଞ୍ଚଳ, କଳିଙ୍ଗ ଷ୍ଟାଡିୟମ୍ ପାଖ ଏବଂ ୟୁନିଟ୍-୬ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୬ଜଣଙ୍କଠାରୁ ଓୟୁପି ଆକ୍ଟ ଅନୁସାରେ ଜରିମାନା ଆଦାୟ ହୋଇଛି।
ସେହିପରି ସହିଦନଗର ଏବଂ ଖଣ୍ଡଗିରି ଅଞ୍ଚଳର ଖଟି କରୁଥିବା ୧୩ଜଣଙ୍କୁ ପୁଲିସ୍ ଥାନାକୁ ଟେକି ନେଇଥିଲା। ଏହି ପାଟ୍ରୋଲିଂରେ ପିଓପିଡି, ଟିମ୍-୬୦ର ଅଧିକାରୀମାନେ ସାମିଲ ଥିଲେ।