‌‌ଦେଢ଼ ମାସରେ ୫ ହଜାର ମଦ୍ୟପଙ୍କଠାରୁ ୨୭ଲକ୍ଷ ଜରିମାନା ଆଦାୟ

ସର୍ବସାଧାରଣ ସ୍ଥାନରେ ମଦ୍ୟପାନ

ଭୁବନେଶ୍ବର: ଖୋଲାମେଲା ତଥା ସର୍ବସାଧାରଣ ସ୍ଥାନରେ ମଦ ପିଇ ଗତ ଦେଢ଼ ମାସ ମଧ୍ୟରେ (ଫେବ୍ରୁଆରି ପହିଲାରୁ ଏପର୍ଯ୍ୟନ୍ତ) ୫ ହଜାର ୧୮୩ଜଣଙ୍କ ତଣ୍ଡ ଗଣିଛନ୍ତି। କମିସନରେଟ୍‌ ପୁଲିସ୍‌ ଏମାନଙ୍କଠାରୁ ୨୬ଲକ୍ଷ ୯୫ ହଜାର ଟଙ୍କା ଜରିମାନା ଆଦାୟ କରିଛି। ଏହି ଅବଧି ମଧ୍ୟରେ ଖାରବେଳନଗର ପୁଲିସ ସର୍ବାଧିକ ୭୦୯ଜଣ ମଦ୍ୟପଙ୍କଠାରୁ ୩ ଲକ୍ଷ ୪୫ ହାଜର ୫୦୦ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ସହିଦନଗର ପୁଲିସ୍ ୩୯୬ଜଣଙ୍କଠାରୁ ୨ଲକ୍ଷ ୬୫ ହଜାର ୫୦୦ଟଙ୍କା, ମୈତ୍ରୀବିହାର ଥାନା ୩୩୮ଜଣଙ୍କଠାରୁ ୧ଲକ୍ଷ ୬୯ ହଜାର ଟଙ୍କା, ଲକ୍ଷ୍ମୀସାଗର ଥାନା ୩୩୫ଜଣଙ୍କଠାରୁ ୨ଲକ୍ଷ ୮ହଜାର ଟଙ୍କା, ନୂଆପଲ୍ଲୀ ଥାନା ୩୨୪ଜଣଙ୍କଠାରୁ ୧ଲକ୍ଷ ୬୩ ହଜାର ୫୦୦ଟଙ୍କା ଏବଂ ଏୟାରପୋର୍ଟ ଥାନା ସବୁଠୁ କମ୍‌ ୭୫ଜଣ ଉଲ୍ଲଂଘନକାରୀଙ୍କଠାରୁ ସାଢ଼େ ୩୭ ହଜାର ଟଙ୍କା ଜରିମାନା ଆଦାୟ କରିଛି।

ସର୍ବସଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଧରପଗଡ଼ ଅଭିଯାନକୁ ଆହୁରି କଡ଼ାକଡ଼ି କରିବାକୁ ଡିସିପି ପ୍ରତୀକ ସିଂ ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁଯାୟୀ, ଅସାମାଜିକ ତତ୍ତ୍ବମାନେ ଖୋଲାମେଲା ଜାଗାରେ ମଦ୍ୟପାନ କରୁଛନ୍ତି ଏବଂ ସେହିଠାରୁ ଅପରାଧର ବ୍ଲ-ପ୍ରିଣ୍ଟ ହେଉଛି। ତେଣୁ ସେମାନଙ୍କ ମେଳି ଭାଙ୍ଗିବା ପାଇଁ ପୁଲିସ୍‌ ପକ୍ଷରୁ ଏପରି ଧରପଗଡ଼କୁ ଜୋର୍‌ଦାର କରାଯାଇଛି।

ସମ୍ବନ୍ଧିତ ଖବର