ଉଦ୍ଭିଦ ଉଦ୍ୟାନରେ ବଣଭୋଜି ଆ‌ରମ୍ଭ, ପ୍ରଥମ ଦିନରେ ଖାଁ ଖାଁ

ବାରଙ୍ଗ: ନନ୍ଦନକାନନ ରାଜ୍ୟ ଉଦ୍ଭିଦ ଉଦ୍ୟାନର ବଣଭୋଜି ସ୍ଥଳ ଖୋଲିବାର ପ୍ରଥମ ଦିନରେ ଖାଁ ଖାଁ ପରିବେଶ ଥିଲା। ପ୍ରଥମ ଦିନରେ ମାତ୍ର ୪ଟି ଦଳ ଭୋଜି କରିବାକୁ ଆସିଥିଲେ। ସେମାନେ ଗୋଟିଏ ବଡ଼ ଓ ୩ଟି ଛୋଟ ପିଣ୍ଡିକୁ ମିଶାଇ ମୋଟ ୪ଟି ପିଣ୍ଡିରେ ଭୋଜି କରିବାର ମଜା ନେଇଥିବା କର୍ତ୍ତୃପକ୍ଷ କହିଛନ୍ତି। ପ୍ରଥମ ଦିନରେ ମାତ୍ର ୫୨୨ଟି ଟିକେଟ ବିକ୍ରି ହୋଇଥିବା ଜଣାପଡ଼ିଛି। ଉଭୟ ପ୍ରବେଶ ଟିକେଟ ଓ ପିଣ୍ଡି ଟିକେଟ ବିକ୍ରି ବାବଦକୁ ମୋଟ ୨୪ ହଜାର ୬୬୦ ଟଙ୍କା ରାଜସ୍ବ ଆଦାୟ ହୋଇଛି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୩ ତାରିଖରୁ କୋଭିଡ୍‌ କଟକଣା ପାଇଁ ପର୍ଯ୍ୟଟକଙ୍କ ଲାଗି ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ୭ ମାସ କାଳ ବନ୍ଦ ରଖାଯାଇଥିଲା।

ସମ୍ବନ୍ଧିତ ଖବର