ଭୁବନେଶ୍ବର: କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ୍ ଏବଂ ଦ ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକା ହେଲ୍ଥ୍ ଆଣ୍ଡ୍ ୱେଲ୍ନେସ୍ ଗ୍ରୁପ୍ ପକ୍ଷରୁ ‘ଅମୃତ ଧାରା’ ନାମରେ ଏକ ନିଃଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ କରାଯାଇଛି। ଏହାର ଉଦ୍ଘାଟନ ଅବସରରେ ବିଧାୟକ ସୁଶାନ୍ତ କୁମାର ରାଉତ, ସ୍ପର୍ଶ ହସ୍ପିଟାଲ୍ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ଧୀର୍, ଅଭିନେତା ସବ୍ୟସାଚୀ ମିଶ୍ର, ଏମ୍ପ୍ରିଓ ଗ୍ରୁପର ମୁଖ୍ୟ ଡା. ଅବିନାଶ ସାମଲ, ଡା. ଅମ୍ରିତ ପାଟ୍ଟଯୋଶୀ, ପ୍ରବୀଣ ଅଗ୍ରୱାଲ୍, ବିଏମ୍ସି ଜୋନାଲ୍ ଡେପୁଟି କମିସନର ପୁରନ୍ଦର୍ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଥମଥର ପାଇଁ ବିଏମ୍ସି ଅନୁମୋଦନରେ ଓଡ଼ିଶାରେ ଏଭଳି ଏକ ନିଶୁଳ୍କ ଅକ୍ସିଜେନ୍ ସେଲଟର୍ ପଟିଆ ବିଗ ବଜାରସ୍ଥିତ ତ୍ରିଷ୍ଣା ବଙ୍କେଟଠାରେ ଆରମ୍ଭ କରାଯାଇଛି। ଅକ୍ସିଜେନ୍ ଆବଶ୍ୟକତା ଥିବା କୋଭିଡ୍ ରୋଗୀଙ୍କୁ ଏକ ଅନୁମୋଦିତ କୋଭିଡ୍ ହସ୍ପିଟାଲରେ ବେଡ଼୍ ମିଳିବା ପର୍ଯ୍ୟନ୍ତ ଏହି ଆଶ୍ରୟସ୍ଥଳରେ ଅମ୍ଳଜାନ ଯୋଗାଇଦେଇ ତାଙ୍କୁ ହାଇପୋକ୍ସିୟା (ବ୍ଲଡ୍ ଅମ୍ଳଜାନ ସ୍ତରରେ ଡ୍ରପ୍) ରୁ ବଞ୍ଚାଯାଇପାରିବ। ଏହା କୋଭିଡ୍ ଜନିତ ଚିକିତ୍ସା କେନ୍ଦ୍ର ନହେଲେ ମଧ୍ୟ ଡାକ୍ତର ଏବଂ ନର୍ସଙ୍କ ଉପସ୍ଥିତି ଓ ପରାମର୍ଶରେ ଏକରୁ ଦୁଇ ଘଣ୍ଟା ଯାଏ ରୋଗୀଙ୍କୁ ଅମ୍ଳଜାନ ଦିଆଯିବ। ଏହି ଆଶ୍ରୟସ୍ଥଳରେ ଅମ୍ଳଜାନ ସହ ଖାଦ୍ୟ, ଆବଶ୍ୟକସ୍ଥଳେ ମନସ୍ତାତ୍ତ୍ବିକ ପରାମର୍ଶ ଏବଂ ହସ୍ପିଟାଲ୍ ସ୍ଥାନନ୍ତର ପାଇଁ ଜୀବନ ଜ୍ୟୋତି ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ। ଏହି ସେଣ୍ଟର୍ ସହ ଯୋଗାଯୋଗ କରିବା ପାଇଁ ଦୁଇଟି ନମ୍ୱର୍ ୭୮୯୪୪୩୩୮୨୯ ଓ ୮୦୯୩୮୨୨୩୨୨ ଜାରି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/oxygen-covid.jpg)