ଭୁବନେଶ୍ବର: କେୟାର ହସ୍ପିଟାଲ୍ ପକ୍ଷରୁ ଅସ୍ଥି ଓ ଖଞ୍ଜା ଦିବସକୁ ଭିନ୍ନ ଢଙ୍ଗରେ ପାଳନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଣ୍ଠୁ ପ୍ରତିରୋପଣ କରିଥିବା ରୋଗୀଙ୍କୁ ନେଇ ହସ୍ପିଟାଲ୍ ପରିସରରେ ଏକ ରୢାମ୍ପ୍ ୱାକ୍ ଆୟୋଜନ କରାଯାଇଥିଲା। କେୟାର କନେକ୍ଟ ନାମକ ଏହି କାର୍ଯ୍ୟକ୍ରମରେ ସେମାନେ ରୢାମ୍ପ୍ରେ ଚାଲିଥିଲେ ଓ ଆଣ୍ଠୁ ପ୍ରତିରୋପଣ ପରେ ସେମାନେ କିଭଳି ଯନ୍ତ୍ରଣା ମୁକ୍ତ ଜୀବନ ଅବିବାହିତ କରୁଛନ୍ତି ତାହା ବର୍ଣ୍ଣନା କରିଥିଲେ। ହସ୍ପିଟାଲ୍ର ଅସ୍ଥିଶଲ୍ୟ ବିଶେଷଜ୍ଞ ଓ ସ୍ପୋର୍ଟସ୍ ଇଞ୍ଜୁରି ରିହାବିଲିଟେସନ୍ ବିଭାଗର ମୁଖ୍ୟ ଡାକ୍ତର ସନ୍ଦୀପ ସିଂହ ଅତ୍ୟାଧୁନିକ ଉପାୟରେ କିଭଳି ଆଣ୍ଠୁ ପ୍ରତିରୋପଣ କରାଯାଉଛି ତାହା ବର୍ଣ୍ଣନା କରିଥିଲେ। ଏହା ସହିତ ଯନ୍ତ୍ରଣା ମୁକ୍ତ ଜୀବନ ଲାଗି ଆମର ଖାଦ୍ୟପେୟ ଓ ଜୀବନଶୈଳୀ କିଭଳି ହେବା ଦରକାର ତାହା କହିଥିଲେ। ଏହି ଅବସରରେ କେୟାର ହସ୍ପିଟାଲ୍ ଭୁବନେଶ୍ବରର ଏଚ୍ସିଓଓ କିସ୍ଲେ ଆନନ୍ଦ ହସ୍ପିଟାଲ୍ରେ ଅସ୍ଥିଗତ ସମସ୍ୟା ପାଇଁ ଉପଲବ୍ଧ ଥିବା ଚିକିତ୍ସା ପଦ୍ଧତି ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ହସ୍ପିଟାଲ୍ର ଜିଏମ୍ ଡାକ୍ତର ଲୋକନାଥ ଦାଶ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp