ଚନ୍ଦ୍ରଶେଖରପୁର: ଚଳିତ ବର୍ଷ ନବରାତ୍ର ଅବସରରେ ହୋଟେଲ ସ୍ବସ୍ତି ପ୍ରମିୟମ୍‌ରେ ଜମିବ ଦାଣ୍ଡିଆ ନାଇଟ୍‌। ସେଲିବ୍ରିଟିଙ୍କ ସହ ଦାଣ୍ଡିଆ ନାଇଟ୍‌ର ମଜା ଲୁଟିବେ ଗ୍ରାହକ। ବଲିଉଡ୍‌ ଷ୍ଟାର୍‌, ବଲିଉଡ୍‌ ସିଙ୍ଗର୍‌ ଓ ଓଲିଉଡ୍‌ ସେଲିବ୍ରିଟି କରିବେ ଗରମାଗରମ ମାହୋଲ। ହୋଟେଲ୍‌ ସ୍ବସ୍ତି ଓ ବ୍ଲୁ-ଅର୍କର ସହଭାଗିତାରେ ଆସନ୍ତା ୨୮ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସ୍ବସ୍ତି ପ୍ରିମିୟମ୍‌ ହୋଟେଲ୍‌ରେ ଚାଲିବ ନବରାତ୍ର ମହୋତ୍ସବ ନବରଙ୍ଗ ରାସଲୀଳା। ଏହି ଦାଣ୍ଡିଆ ନାଇଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ହେବେ ସେଲିବ୍ରିଟି କଣ୍ଠଶିଳ୍ପୀ, ଡିଜେ, ଲାଇଭ୍‌ ବ୍ୟାଣ୍ଡ ଓ ପାରମ୍ପରିକ ପଞ୍ଜାବୀ ଢୋଲ।

Advertisment

 ପେସାଦାର କଳାକାରଙ୍କ ସହିତ ଦାଣ୍ଡିଆ ନୃତ୍ୟ ସାଙ୍ଗକୁ ଏହି କାର୍ଯ୍ୟକ୍ରମରେ ଅନ୍‌ଲିମିଟେଡ୍‌ ଖାଦ୍ୟ ଓ ବୁଫେ, ଗିଫ୍ଟ ହାମ୍ପର, ଫେଷ୍ଟିଭ୍‌ କ୍ଲିକ୍‌ ପାର୍ଟି ମଧ୍ୟ ରହିଛି। ଏସବୁର ଆନନ୍ଦ ଉଠାଇବା ପାଇଁ ଟିକଟ ମୂଲ୍ୟ ବୟସ୍କ ବ୍ୟକ୍ତିଙ୍କ ପାଇଁ ୧୪୦୦ ଟଙ୍କା ଏବଂ ୬ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ ୭୯୯ ଟଙ୍କା ଓ ଶିଶୁଙ୍କ ପାଇଁ ଦେୟ ମୁକ୍ତ ବ୍ୟବସ୍ଥା ‌କରାଯାଇଛି। ସ୍ବସ୍ତି ହୋଟେଲ ସମ୍ମୁଖସ୍ଥ କାଉଣ୍ଟର ଓ ହଲ୍‌ ମାର୍କ ଜୁଏଲାରି ଜନପଥରୁ ଗ୍ରାହକମାନେ ଟିକଟ କିଣି କରି‌ପାରିବେ। ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ବସ୍ତି ସଭାପତି ଶୁଭ ବିଶ୍ବାସ, କାର୍ଯ୍ୟକାରୀ ପରିଚାଳକ ସୌଭାଗ୍ୟ ମଞ୍ଜରୀ ପଣ୍ଡା, ଏକ୍‌ଜିକ୍ୟୁଟିଭ୍ ଚିଫ୍ ରମେଶ ମିଶ୍ର, ସୌଭାଗ୍ୟ ରାଉତରାୟ, ସରୋଜ ସାହୁ ଓ ଜଗନ ଜେନା ଏହି ସୂଚନା ଦେଇଛନ୍ତି।