ଚନ୍ଦ୍ରଶେଖରପୁର: ପିତୃ ଦିବସ ଅବସରରେ ରବିବାର ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ହୋଟେଲ ମେ’ ଫେୟାର୍ରେ ଅଷ୍ଟମ ‘ଶ୍ରୀ ଆୱାର୍ଡ’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ବିଶିଷ୍ଟ ବଂଶୀବାଦକ ଗୁରୁ ପଦ୍ମବିଭୂଷଣ ହରିପ୍ରସାଦ ଚୌରାସିଆ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗେଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କିଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା।
ସେହିପରି ୨୫ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ‘ଶ୍ରୀ ଆୱାର୍ଡ’ରେ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ, ପଦ୍ମଶ୍ରୀ ହଳଧର ନାଗ, ଗୁରୁ ଶରତ ଚନ୍ଦ୍ର ମହାପାତ୍ର, ଦେବପ୍ରସାଦ ପରିଜା, ପ୍ରଫେସର୍ ସନ୍ତୋଷ ତ୍ରିପାଠୀ, ଡ. ଜଗନ୍ନାଥ ପଟ୍ଟନାୟକ, ତାରେଣୀ ପ୍ରସାଦ ମହାନ୍ତି, ତନ୍ମୟ ମହାନ୍ତି, ନିଗମାନନ୍ଦ ମିଶ୍ର, ସାର୍ଥକ ପଟ୍ଟନାୟକ, ନରୋତ୍ତମ ଦାସ, ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ପ୍ରଦୀପ୍ତ ବୈଶାଖ, ଶୁଭ୍ରାଂଶୁ ପଣ୍ଡା, ପାର୍ଥ ପଣ୍ଡା, କ୍ରିଷ୍ଣା ସାହୁ, ଶୈଳେନ୍ଦ୍ର ସାମନ୍ତରାୟ, ଚିଫ୍ ମିଛାଇଲ, ଜିତ୍ ଜଗଜିତ୍, ସୌରଭ ପ୍ରକାଶ, ସେକ୍ ତରବେଜ୍ କୌଦାରି, ସୂରଜ ବଳ, ହଂସ ଖାନ, ଜଗତଜୀବନ ଚାନ୍ଦ ଓ ମାନସ ସାହୁ ପ୍ରମୁଖ। ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସଭାପତି ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।