ସାଇବର ଠକଙ୍କ ନୂଆ ଚାଲ୍: ପ୍ରଧାନମନ୍ତ୍ରୀ ମାଗଣା ଲାପ୍‌ଟପ୍ ନାଁରେ ଆସୁଛି ମେସେଜ୍

ଭୁବନେଶ୍ବର: ଦେଶର ସବୁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପ୍ରଧାନମନ୍ତ୍ରୀ ଲାପ୍‌ଟପ୍ ମିଳିବ। ମେସେଜ୍‌ରେ ଆସିଥିବା ଲିଙ୍କ୍‌କୁ କ୍ଲିକ୍ କରିବା ପରେ ଏପିକେ ଆପ୍‌କୁ ଡାଉନ୍‌ଲୋଡ୍ କଲେ ସୁବିଧା ମିଳିପାରିବ। ଏହି ଆପ୍ ଜରିଆରେ ରେଜିଷ୍ଟ୍ରେସନ କଲେ ଘରେ ପହଞ୍ଚିବ ଲାପ୍‌ଟପ୍। ଏମିତି ଢଙ୍ଗରେ ଜାଲ ବିଛାଇଛନ୍ତି ସାଇବର ଅପରାଧୀ। ମୋବାଇଲକୁ ଆସୁଛି ଲୋଭନୀୟ ଅଫର୍। ମିଳିଥିବା ସୂଚନା ଅନୁସାରେ, ଏହି ମେସେଜ୍‌ ମୋବାଇଲ ଫୋନକୁ ଆସିବା ପରେ ଲାପ୍‌ଟପ୍ ପାଇବାକୁ ହେଲେ ଏପିକେ ଆପ୍ ଡାଉନଲୋଡ୍ କରିବା ପାଇଁ କୁହାଯାଉଛି। ଏହି ଆପ୍ ଡାଉନଲୋଡ୍ ହେଲା ପରେ ମୋବାଇଲ ଆପେଆପେ ହ୍ୟାକ୍ ହୋଇଯାଏ। ଠକ ପାଖକୁ ସମସ୍ତ କଣ୍ଟ୍ରୋଲ ଚାଲିଯାଏ। ମୋବାଇଲ ବ୍ୟବହାରକାରୀ ଚାହିଁଲେ ମଧ୍ୟ ଆଉ କିଛି କରିପାରେ ନାହିଁ। ଠକ ସମସ୍ତ ତଥ୍ୟ ନେଲା ପରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିନିଏ। ଏହି ମେସେଜକୁ ବିଶ୍ବାସ ନ କରିବା ସହ ଡାଉନଲୋଡ୍ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ସାଇବର ବିଶେଷଜ୍ଞ।

ସମ୍ବନ୍ଧିତ ଖବର