ଭୁବନେଶ୍ବର: ନୂତନ ବିଦ୍ୟୁତ୍‌ ସଂଯୋଗ ଲାଗି ଟିପିସିଓଡିଏଲ୍‌ ଏକ ସରଳ ଓ ବାଧାମୁକ୍ତ ପ୍ରକ୍ରିୟା ଆଣିଛି। ଗ୍ରାହକମାନେ ମୋ: ୮୦୯୩୦୦୯୯୯୦‌‌ରେ ମିସ୍‌ଡ କଲ୍‌ କରିପାରିବେ ନଚେତ୍‌ ଏହି ନମ୍ବରରେ ‘NC_ମୋବାଇଲ୍‌ ନମ୍ବର_ନାମ’ ଲେଖି ମେସେଜ୍‌ ପଠାଇ ପାରିବେ। ଟିପିସିଓଡିଏଲ୍‌ର ଦେୟମୁକ୍ତ ନମ୍ବର ୧୮୦୦-୩୪୫-୭୧୨୨/୧୯୧୨ରେ ମଧ୍ୟ କଲ୍‌ କରିପାରିବେ। ସେହିପରି [email protected] କୁ ବିବରଣୀ (ନାମ, ଠିକଣା, ମୋବାଇଲ୍‌ ନମ୍ବର) ଦେଇ ଇ-ମେଲ୍‌ କରିପାରିବେ କିମ୍ବା ମୋବାଇଲ୍‌ ଓ ଡେସ୍କ‌ଟପ୍‌ ବ୍ୟବହାର କରି ୱେବ୍‌ସାଇଟ୍‌ରେ https:/mobidyut.com/Newconnection/Connection ପରିଦର୍ଶନ କରିପାରିବେ।

Advertisment

ପଞ୍ଜୀକରଣ ପରେ କମ୍ପାନି ଅଧିକାରୀମାନଙ୍କଠାରୁ ତ୍ବରିତ ସହଯୋଗ କରାଯିବ। କାଗଜପତ୍ର ଦାଖଲ ଓ ଟଙ୍କା ପୈଠ ପାଇଁ ଟିପିସିଓଡିଏଲ୍‌ ପକ୍ଷରୁ ବିଭିନ୍ନ ମାଧ୍ୟମ ଉପସ୍ଥାପନ କରାଯାଇଛି। ପ୍ରାରମ୍ଭିକ ପଞ୍ଜୀକରଣ ସୋପାନକୁ ଗ୍ରାହକ ଥରେ ସଂପାଦନ କରିବା ପରେ ସେମାନେ ସହଜରେ କାଗଜପତ୍ର ଦାଖଲ କରିପାରିବେ ଏବଂ କମ୍ପାନି ଏସ୍‌ଏମ୍‌ଏସ୍‌/ହ୍ବାଟସ୍‌ଆପ୍‌/ଇ-ମେଲ୍‌ରେ ପଠାଇଥିବା ଲିଙ୍କ୍‌ ଜରିଆରେ ଅନ୍‌ଲାଇନ୍‌ରେ ଟଙ୍କା ପୈଠ କରିପାରିବେ।