ଭୁବନେଶ୍ୱର: ବହୁଦିନରୁ ନର୍ଦ୍ଦମା ପାଣିରେ ସନ୍ତୁଳି ହେଉଥିବା ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ(ବିଏସଏବିଟି)ର ଦୁର୍ଦ୍ଦଶା ବଢିଛି। ନର୍ଦ୍ଦମା ପାଣିର ନିଷ୍କାସନ ବାଟ ବନ୍ଦ ଥିବାରୁ ଏହା ନିଷ୍କାସନ ହୋଇ ନପାରି ରାସ୍ତା ଉପରେ ଲହଡ଼ି ମାରିଛି। ଏହି ନାଳପାଣି ବସ୍ଷ୍ଟାଣ୍ଡ୍ସହ ବରମୁଣ୍ଡା ମୁଖ୍ୟ ରାସ୍ତା, ଖଣ୍ଡଗିରି ରାସ୍ତାରେ ଲହଡ଼ି ମାରିଛି। ଯେଉଁଥିପାଇଁ ଯାତ୍ରୀ ଓ ସାଧାରଣ ଲୋକେ କଲବଲ ହୋଇଛନ୍ତି। ବସ୍ ଷ୍ଟାଣ୍ଡର ଏଭଳି ସ୍ଥିତି ମାସ ମାସ ଧରି ଲାଗି ରହିଥିଲେ ବି ସରକାର ଏ ଦିଗରେ ନିରବଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟଜନକ ବୋଲି ଯାତ୍ରୀ ଓ ଲୋକେ ଅଭିଯୋଗ କରିଛନ୍ତି।
ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲରୁ ଦୈନିକ ୧୫୦୦ରୁ ଅଧିକ ରାଜ୍ୟ ଓ ଅନ୍ତଃରାଜ୍ୟ ବସ୍ଚଳାଚଳ କରୁଛି। ୨୦ହଜାରରୁ ଅଧିକ ଯାତ୍ରୀ ଏହି ବସ୍ଷ୍ଟାଣ୍ଡ ଉପରେ ନିର୍ଭରଶୀଳ। ଅଥଚ ଏଠାର ସ୍ଥିତି ନ ବଦଳିବା ସରକାରୀ ଅଧିକାରୀ ଓ ଯନ୍ତ୍ରୀଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନୁସନ୍ଧାନରୁ ଜଣାପଡ଼ିଛି, ଏହା ପଛରେ ସମନ୍ବୟରେ ଘୋର ଅଭାବ ରହିଛି। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍ଏଚ୍ଏଆଇ), ପୂର୍ତ୍ତ ବିଭାଗ, ବିଡିଏ ଓ ବିଏମ୍ସି ଦୋଷ ଠେଲାଠେଲି ଭିତରେ ନର୍ଦ୍ଦମାର ଏହି ସମସ୍ୟା ସେହିଭଳି ଝୁଲି ରହିଛି। ବିଡିଏ ବସ୍ଷ୍ଟାଣ୍ଡ୍କରିଥିବା ବେଳେ ଯେଉଁ ରାସ୍ତାରେ ନାଳପାଣି ବାହାରୁଛି, ସେହି ରାସ୍ତା ଓ ନାଳ କାମ ପୂର୍ତ୍ତ ବିଭାଗ କରିଛି।
ଅପରପକ୍ଷେ ଏନ୍ଏଚ୍ଏଆଇ ଫୁଟ୍ଓଭର୍ବ୍ରିଜ ନିର୍ମାଣର ଭଗ୍ନାଂଶ ନାଳ ଭିତରେ ଗଦାଇ ରଖିଛି। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବ୍ରହ୍ମପୁର ଡିଭିଜନ୍ଫୁଟ୍ଓଭର୍ବ୍ରିଜ ନିର୍ମାଣର ଭଗ୍ନାଂଶ ନାଳ ଉପରେ ଜମା କରିଛି। ଯେହେତୁ ନାଳ ପୂର୍ତ୍ତ ବିଭାଗ କରିଛି, ଏଣୁ ନାଳ ସମସ୍ୟା ପୂର୍ତ୍ତ ବିଭାଗ ସମାଧାନ କରିବା କଥା। କିନ୍ତୁ ଏନ୍ଏଚ୍ଏଆଇକୁ ଦୋଷ ଦେଇ ପୂର୍ତ୍ତ ବିଭାଗ ନିରବ ରହିଛି। ସେପଟେ ବିଡିଏ ବାରମ୍ବାର ଏନ୍ଏଚ୍ଏଆଇ ଓ ପୂର୍ତ୍ତ ବିଭାଗକୁ ଚିଠି ଲେଖି ଥକି ଗଲାଣି ପଛେ କେହି ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଯାହାର ଦୁର୍ଦ୍ଦଶା ଯାତ୍ରୀ ଓ ସାଧାରଣ ଲୋକେ ଭୋଗୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/07/untitled-1-2025-10-07-06-22-49.jpg)