ଆୟୁର୍ବେଦ କର୍ମଶାଳା

ଭୁବନେଶ୍ବର : ଅଷ୍ଟାଙ୍ଗ ଆୟୁର୍ବେଦ ଚିକିତ୍ସାଳୟ ଓ ଆସ୍ଥା ଅନୁଷ୍ଠାନ ପକ୍ଷରୁ ଏକ ଆୟୁର୍ବେଦ କର୍ମଶାଳା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଆୟୁର୍ବେଦର ମୌଳିକ ତତ୍ତ୍ବ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ‌େର ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ଆୟୁର୍ବେଦ ପ୍ରତି ସରକାରୀ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇ ଆୟୁର୍ବେଦର ଉପଯୋଗିତା ଉପରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ଓଏମ୍‌ସି ନିର୍ଦ୍ଦେଶକ ଶାନ୍ତନୁ ରଥ ଯୋଗ ଦେଇଥିଲେ। ପ୍ରଫେସର ଏସ୍ ଗୋପକୁମାରଙ୍କୁ ବୈଷୟିକ ବି‌େଶଷଜ୍ଞ ଭାବେ କର୍ମଶାଳାକୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ କରାଯାଇଥିଲା। ପ୍ରଫେସର ବିପିନ ବିହାରୀ ଖୁଣ୍ଟିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ସଞ୍ଜୟ ଶତପଥୀ ସଭା ପରିଚାଳନା କରିଥିଲେ। ଅଷ୍ଟାଙ୍ଗ ଆ‌ୟୁର୍ବେଦର ମ୍ୟାନେଜିଂ ପାର୍ଟନର୍ ଅମ୍ବିକା ପ୍ରସାଦ ନାୟକ ଓ ଲୋପାମୁଦ୍ରା ଶ୍ରୀଚନ୍ଦନ ଉପସ୍ଥିତ ଥି‌େଲ। ଏହି ଅବସରରେ ଏସ୍ ଗୋପକୁମାରଙ୍କୁ ‘ବୈଦ୍ୟ କୈବଲ୍ୟ’ ଓ ସ୍ବପ୍ନେଶ୍ବର ପଣ୍ଡାଙ୍କୁ ‘ବୈଦ୍ୟ ତୁଳସୀ’ ଉପାଧିରେ ଭୂଷିତ କରାଯାଇଥିଲା। ଆୟୁର୍ବେଦ ଡାକ୍ତର ଦମ୍ପତି ଦେବାଶିଷ ପଣ୍ଡା ଓ ସଂଘମିତ୍ରା ଦାଶଙ୍କୁ ‘ମେନ୍‌ଟର୍‌ ଅଫ୍ ଏକ୍ସଲେନ୍ସି-୨୦୧୮’ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର