ଉଚ୍ଚନ୍ୟାୟାଳୟରେ ରୁଜୁ ହେବ ଜନସ୍ବାର୍ଥ ମାମଲା, ହତ୍ୟାର ଶିକାର ହୋଇଥିବା ପରିବାରକୁ ନ୍ୟାୟ ଦେବା ପାଇଁ ଏକାଠି ହେଲେ

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶ, କୁଜଙ୍ଗର ଯୁବ ଯନ୍ତ୍ରୀ ଅମୃତ ଦାଶ, ମାହାଙ୍ଗାର ଦୀପ୍ତିକାନ୍ତ ସାହୁ, ଯାଜପୁରର ପିହୁ, କେନ୍ଦ୍ରାପଡ଼ା ସୂଚନା ଅଧିକାର କର୍ମୀ ରଂଜନ ଦାସ, ମାହାଙ୍ଗାର ବିକାଶ ଜେନା, କଣ୍ଟାମାଳର ଲୋକନାଥ ପ୍ରଧାନ, ଉଦଳାର ଅକ୍ଷୟ ପୋଥାଳ, କୁଜଙ୍ଗ ପଙ୍କପାଳର ଉଲ୍ଲାସ ଜେନା ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ହତ୍ୟାକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ତଥା ପରିବାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର କିଛି ସୂଚନା ଅଧିକାର କର୍ମୀ ଓ ସଚେତନ ବ୍ୟକ୍ତି ଏକାଠି ହୋଇ ହାତ ମିଳାଇଛନ୍ତି। ଆଗାମୀ ଦିନରେ ଏହିସବୁ ପରିବାରକୁ ନ୍ୟାୟ ଦେବା ପାଇଁ ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି।

ଆଜି ରାଜଧାନୀରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ କୁଜଙ୍ଗରୁ ସୁବ୍ରତ ଦାଶ ଓ ଦିଲ୍ଲୀପ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ, ଓଡ଼ିଶା ସ୍ବାଭିମାନ ପରିଷଦର ସଂପାଦକ କୃଷ୍ଣଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ମୃତକଙ୍କ ପରିବାର ଲୋକଙ୍କୁ ପ୍ରତି ଅନ୍ୟାୟ କରାଯାଇ ତଥା ବିଧାୟକ ଓ ମନ୍ତ୍ରୀଙ୍କ ଚାପ ଯୋଗୁଁ ତଦନ୍ତ ବାଟବଣା ହେଉଥିବା ସେମାନେ ଅଭିଯୋଗ ଆଣି ସେମାନଙ୍କୁ ନ୍ୟାୟ ଦେବା ପାଇଁ ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏହା ସହିତ ସମସ୍ତ ମାମଲାର ସିବିଆଇ ତଦନ୍ତ କରିବାକୁ ଦାବି କରାଯାଇଥିଲା।

ସମ୍ବନ୍ଧିତ ଖବର