ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀର ବିଭିନ୍ନ ୱାର୍ଡରେ ଗତ ତିନି ଦିନରେ ପ୍ରାୟ ୧୦ କୋଟି ଟଙ୍କାର ପ୍ରକଳ୍ପକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜୁ ଆଦର୍ଶ କଲୋନି ବା ଜାଗା ମିସନ ଯୋଜନାରେ ୱାର୍ଡ ନଂ- ୫୬ର କଳ୍ପନା ମେଡିକାଲ ବସ୍ତି, ତେଲଗୁ ବସ୍ତି, ବିଜୟଲକ୍ଷ୍ମୀ କଲୋନି, ୱାର୍ଡ ନଂ-୫୭ର କଳିଙ୍ଗ ବସ୍ତି, ୱାର୍ଡ ନଂ-୪୪ ବଡ଼ଗଡ଼ ଶ୍ମଶାନ ଉନ୍ନତୀକରଣ, ୱାର୍ଡ ନଂ-୫୮ ଚିଲ୍ଲି ପୋଖରୀ ବସ୍ତି, ସାମନ୍ତରାୟପୁର ତେଲଗୁ ବସ୍ତି, ୱାର୍ଡ ନଂ-୪୮ର କନ୍ଧସାହି, ତୁଳସୀ ବସ୍ତି, କୃଷି ବିହାର, ଜଳେଶ୍ବର ବସ୍ତି, ମୁଣ୍ଡାସାହି, ୱାର୍ଡ ନଂ-୫୦ ଗଣ୍ଡମୁଣ୍ଡା ବସ୍ତି, ୱାର୍ଡ ୫୩ର ଝରଣା ସାହି, ଆନନ୍ଦ ନଗର, ଭୀମପୁର ସାହି, କୁକୁଟେଶ୍ୱର ବସ୍ତି, ୱାର୍ଡ ନଂ- ୫୪ ରାମେଶ୍ବର ପାଟଣା ବସ୍ତି, ୱାର୍ଡ ନଂ ୬୨ର କାରଗିଲ ବସ୍ତି, ତାରିଣୀ ବସ୍ତି, ୱାର୍ଡ ନଂ-୬୩ର ବରବାରି ବସ୍ତି, ତପୋବନ ବସ୍ତି, ଜାଗମରା ଅଂଚଳ ପ୍ରଭୃତିରେ ପେଭର ବ୍ଲକ ରାସ୍ତା, କଂକ୍ରିଟ ଡ୍ରେନ ସହ ସ୍ଲାବ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ସେହିପରି ସିଟି ମହିଳା ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହକୁ ଶ୍ରୀ ପଣ୍ଡା ଶିଳାନ୍ୟାସ କରିଥିଲେ। କାର୍ଯ୍ୟକ୍ରମରେ ଉପଜିଲ୍ଲପାଳ ଦେବବ୍ରତ ସାହୁ, ପୂର୍ବତନ ଡେପୁଟି ମେୟର କେ. ଶାନ୍ତି, ପୂର୍ବତନ କର୍ପୋରେଟର ପ୍ରତାପ ଜେନା, ଅବନୀକାନ୍ତ ପାଟ୍ଟଶାଣୀ, ବନ୍ଦନା ସାହୁ, ପୁଷ୍ପା ଦାସ, ମହାମାୟା ସ୍ୱାଇଁ, ବିରଞ୍ଚି ନାରାୟଣ ମହାସୂପକାର, ସୁଜିତ ସ୍ୱାଇଁ, ହୃଦୟବଲଭ ସାମନ୍ତରାୟ, ରୁନୁ ଜେନା, ବିନୟିନି ଜେନା, ସମାଜସେବୀ ଦାଶରଥୀ ଗରାବଡ଼ୁ, ସନ୍ତୋଷ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।