ଏକାମ୍ରରେ ୫.୭୫ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ

ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀରେ ୫ କୋଟି ୭୫ଲକ୍ଷ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ୱାର୍ଡ ନଂ ୫୧ ସୌଭାଗ୍ୟ ନଗର ଲେନ୍ ୩ ପେଭର୍ ବ୍ଲକ ରାସ୍ତା ନିର୍ମାଣ ପାଇଁ ୨.୯୨ କୋଟି, ୱାର୍ଡ ନଂ ୬୪ ଯଦୁପୁର କବରସ୍ଥାନ ପାରିପାର୍ଶ୍ବିକ ଉନ୍ନତୀକରଣ ପାଇଁ ୨୩ ଲକ୍ଷ ଟଙ୍କା, ୱାର୍ଡ ନଂ ୬୫ ଓ ୬୪ର ସ୍ମାର୍ଟ ଅର୍ବାନ ରୋଡ କାର୍ଯ୍ୟକ୍ରମ ଜରିଆରେ ରାମରହିମ ଅଟୋ ଷ୍ଟାଣ୍ଡ ଠାରୁ ଯଦୁପୁର ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଏବଂ ଡୁମୁଡୁମା ଏସବିଆଇ ଛକ ଠାରୁ ଯଦୁପୁର ଟାଙ୍ଗୀ ସାହି ପର୍ଯ୍ୟନ୍ତ ଦୁଇଟି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୨.୭୫ କୋଟି ଟଙ୍କାର କାର୍ଯ୍ୟକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି।

କାର୍ଯ୍ୟକ୍ରମରେ ବିଏମ୍‌ସି ମେୟର ସୁଲୋଚନା ଦାସ, କର୍ପୋରେଟର ବିନୟିନୀ ଜେନା, ସକିବା ମୁସରତ, ରଶ୍ମିରଂଜନ ପାଟ୍ଟଶାଣୀ, ପୂର୍ବତନ କର୍ପୋରେଟର ମୁଜାହିଦ ହୁସେନ, ବର୍କତତୁଲ୍ଲା, ରାଜେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର