କେଶୁରାରେ ସିରିଜ୍‌ ଦୁର୍ଘଟଣା: ୩ ପୁଲିସ କର୍ମଚାରୀଙ୍କ ସମେତ ୮ ଆହତ

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ କେଶୁରା ନିକଟରେ ଘଟିଥିବା ସିରିଜ୍‌ ଦୁର୍ଘଟଣାରେ ୩ ପୁଲିସ କର୍ମଚାରୀଙ୍କ ସମେତ ୮ଜଣ ଆହତ ହୋଇଛନ୍ତି। ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ମୟୂରଭଂଜରୁ କିଛି ଯୁବକ ଏକ ବୋଲେରୋରେ ପୁରୀ ଯାଉଥିଲେ।

ରାତି ପ୍ରାୟ ୩ଟା ସମୟରେ ବୋଲେରୋଟି କେଶୁରା ଛକ ଅତିକ୍ରମ କରୁଥିବା ବେଳେ ରାସ୍ତାକଡ଼ରେ ପାର୍କିଂ ହୋଇଥିବା ଏକ ମାର୍ବଲ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ବୋଲେରୋରେ ଥିବା ୫ ଯୁବକ ଆହତ ହୋଇଥିଲେ। ପିସିଆର୍‌ ଭ୍ୟାନ୍‌ରେ ଏଏସ୍‌ଆଇ ଜୀତେନ୍ଦ୍ର ସେନାପତି ଏବଂ ଅନ୍ୟ ଦୁଇ ପୁଲିସ କର୍ମଚାରୀ ମୟୂରଭଞ୍ଜର ଯୁବକମାନଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନେଉଥିଲେ। ଏହି ସମୟରେ ଅନ୍ୟ ଏକ କାର୍‌ ପୁଲିସ ଗାଡ଼ିକୁ ଧକ୍କା ଦେବାରୁ ୩ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ସହିଦନଗର ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ୩ଟି ଗାଡ଼ିକୁ ଜବତ କରିଛି।

ସମ୍ବନ୍ଧିତ ଖବର