ମେଣ୍ଢାଶା: ଶୁକ୍ରବାର ସକାଳେ ଦାରୁଠେଙ୍ଗ ଭୁଆସୁଣୀ ମୌଜା ବରବାରି କାଜୁବାରି ଜଙ୍ଗଲ କଡ଼ରୁ ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ଏକ ମକେନା ହାତୀକୁ ଠାବ କରିଛି ଚନ୍ଦକା ବନବିଭାଗ। ଆଜି ସକାଳେ ସାଢେ଼ ୭ଟା ସୁଦ୍ଧା ହାତୀଟି ତଳେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିରହିଥିବା କାଜୁବାରି ସଫାକରି ବାକୁ ଯାଇଥିବା ଲୋକ ଦେଖି ଚନ୍ଦକା ରେଞ୍ଜର ଉତ୍ତମ କୁମାର ସାହୁଙ୍କୁ ସୂଚନା ଦେଇଥିଳେ। ଶ୍ରୀ ସାହୁଙ୍କ ସହ ବନ କର୍ମଚାରୀମାନେ ହାତୀର ଚେତା ଫେରାଇ ଆଣିବା ପାଇଁ ଚେଷ୍ଟା କରିଥିଲେ। ପରେ ନନ୍ଦନକାନନର ଏକ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା କରିଥିଲେ। ହାତୀଟିର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ସହ ଔଷଧ ଓ ସାଲାଇନ ଲଗାଇଥିଲେ। ଅପରାହ୍ନ ୪ଟା ସୁଦ୍ଧା ହାତୀଟିର ଚେତା ଫେରିବା ପରେ ସେ ତଳୁ ଉଠି ଅଳ୍ପ ବାଟ ପର୍ଯ୍ୟନ୍ତ ଯାଇଥିଲା। ହାତୀର ଗତିବିଧି ଉପରେ ବନବିଭାଗ ଦୃଷ୍ଟି ରଖିଛି। ଚନ୍ଦକା-ଡମପଡା ଡିଏଫ୍ଓ ବିନୋଦ ଆଚାର୍ଯ୍ୟ, ଏସିଏଫ୍ ସଂଗ୍ରାମ କେଶରୀ ମହାନ୍ତି ଓ ବିନ୍ଦୁ ପ୍ରସାଦ ପ୍ରଧାନ ପ୍ରମୁଖ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ରେଞ୍ଜର ଶ୍ରୀ ସାହୁ କହିଛନ୍ତି ଯେ ସଂଜ୍ଞାହୀନ ଭାବେ ପଡ଼ିଥିବାଏକ ମାକେନା ହାତୀର ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ହାତୀଟି କାହିଁକି ହଠାତ୍ ଅସୁସ୍ଥ ହୋଇପଡ଼ିଲା ଡାକ୍ତରମାନଙ୍କ ଦ୍ୱାରା ସଂଗ୍ରହ କରାଯାଇଥିବା ରକ୍ତନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।
Sick elephant: ଚନ୍ଦକା ଜଙ୍ଗଲରେ ପଡ଼ିଛି ଅସୁସ୍ଥ ମାକେନା ହାତୀ
ଶୁକ୍ରବାର ସକାଳେ ଦାରୁଠେଙ୍ଗ ଭୁଆସୁଣୀ ମୌଜା ବରବାରି କାଜୁବାରି ଜଙ୍ଗଲ କଡ଼ରୁ ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ଏକ ମକେନା ହାତୀକୁ ଠାବ କରିଛି ଚନ୍ଦକା ବନବିଭାଗ। ଆଜି ସକାଳେ ସାଢେ଼...
/sambad/media/media_files/2025/11/22/untitled-3-2025-11-22-05-13-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)