ବିନୋଦ କାନୁନ୍‌ଗୋଙ୍କ ଜୟନ୍ତୀ ଉପ‌ଲକ୍ଷେ ସ୍ବତନ୍ତ୍ର ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର: ଗାନ୍ଧୀବାଦୀ ବିନୋଦ କାନୁନ୍‌ଗୋଙ୍କ ୧୧୦ତମ ଜୟନ୍ତୀ ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଲେ ଯେ ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ମାନଙ୍କ ସହ ଆଲୋଚନା କରି ପାଠାଗାରର ବିକାଶ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବି।

ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ କହିଲେ, ରାଜ୍ୟରେ ପୁସ୍ତକ ପଠନ ପ୍ରତି ଆଗ୍ରହ ବୃଦ୍ଧି ପାଇଁ ପାଠାଗାର ଆନ୍ଦୋଳନକୁ ସକ୍ରିୟ କରାଯିବା ସହ ପାଠାଗାର ଭିତ୍ତିଭୂମି ସୁଦୃଢ଼ କରାଯିବ। ରାଜ୍ୟ ଗ୍ରନ୍ଥାଗାରକୁ ଏକ ଜାତୀୟସ୍ତରୀୟ ପାଠାଗାରରେ ପରିଣତ କରାଯିବ। ଗ୍ରନ୍ଥାଗାରର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ଚିନ୍ତା ଓ ଚେତନାର ସାଧାରଣ ସମ୍ପାଦକ ସୁରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାଠାଗାରରେ ଥିବା ବିନୋଦ କାନୁନଗୋଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ରୁଦ୍ରପ୍ରସାଦ ବେହେରା ସ୍ୱାଗତଭାଷଣ ଦେଇଥିବା ବେଳେ ଗ୍ରନ୍ଥାଗାରିକା ସସ୍ମିତା ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର