ପୂର୍ବତନ ବିଧାୟକ ସ୍ବର୍ଗତ ବସନ୍ତ ବେହେରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବାଲିପାଟଣା: ପୂର୍ବତନ ବିଧାୟକ ସ୍ବର୍ଗତ ବସନ୍ତ କୁମାର ବେହେରାଙ୍କ ପ୍ରତିମୂର୍ତ୍ତି ଆଜି ଭାକରସାହି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଛି। ଏହି ପଞ୍ଚାୟତର ଖଇରିପୁର ଗ୍ରାମରେ ସ୍ବର୍ଗତ ବେହେରା ୧୯୧୦ ମସିହାରେ ଜନ୍ମଲାଭ କରି ୧୯୯୩ ଇହଲୀଳା ସମ୍ବରଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏହି ଉଦ୍ଦେଶ୍ୟରେ ଆୟୋଜିତ ସଭାରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭାଗୀରଥି ପାତ୍ର ସଭାପତିତ୍ୱ କରିଥିଲେ। ବନମାଳିପୁର କୁଶଭଦ୍ରା ସେତୁ ନିର୍ମାଣ କ୍ଷେତ୍ରରେ ସ୍ବର୍ଗତ ବେହେରାଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ଉପସ୍ଥିତ ବକ୍ତା ମତ ଦେଇଥିଲେ।

ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନ ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି। କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରିୟମ୍ବଦା ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷା ନଳିନୀ ବେହେରା, ପୂର୍ବତନ ସରପଞ୍ଚ ମୀର ନାସିର ଅଲ୍ଲୀ, ସରପଞ୍ଚ ସୌମ୍ୟରଞ୍ଜନ ମହାନ୍ତି, ବ୍ଲକ ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁ, ବିଧାୟକଙ୍କ ପ୍ରତିନିଧି ପ୍ରତାପ କିଶୋର ନାୟକ, କୈଳାସ ସେଠୀ, ରଞ୍ଜିତ ଜେନା, ଜୟଦେବ ବିଜେଡି ଯୁବ ସଭାପତି ସନ୍ଦୀପ୍ତ ସେନାପତି, ପିଣ୍ଟୁ ପାତ୍ର, କାଶିନାଥ ବାରିକ, ତରୁଣକାନ୍ତି ବେହେରା, ମଝିହରା ସରପଞ୍ଚ ନାରାୟଣ ସାହୁ, କରୁଣାକର ପରିଡ଼ା, ବାବୁରାମ ମଲ୍ଲିକ, ପ୍ରକାଶ ସେଠୀ, ଭାଗୀରଥି ଜେନା, ସୁରେଶ ସାହୁ, ମୋହନ ସାହୁ, ନିର୍ମଳା ବେହେରା, ବିଷ୍ଣୁ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର