ଭୁବନେଶ୍ବର/ବାରଙ୍ଗ: ନନ୍ଦନକାନନର ଘଡ଼ିଆଳ ଦେହରେ ଟ୍ରାନ୍ସମିଟର ଲଗାଯାଇଛି। ଏହାର ଗତିବିଧି ଜାଣିବା ଲାଗି ସାଟେଲାଇଟ ଟ୍ରାନ୍ସମିଟର ଲଗାଯାଇଥିବା କୁହାଯାଇଛି। ଅବଶ୍ୟ, ନନ୍ଦନକାନନର ଘଡ଼ିଆଳକୁ ମହାନଦୀରେ ଛଡ଼ାଯାଇଛି। ଏବେ ତାର ପ୍ରଜନନ ପୂର୍ବ ଓ ପରର ଗତିବିଧିକୁ ନେଇ ଗବେଷଣା କରାଯିବ ବୋଲି ଜଣାଯାଇଛି। ନନ୍ଦନକାନନର ୮ଟି ଘଡ଼ିଆଳ ଦେହରେ ସାଟେଲାଇଟ ଟ୍ରାନ୍ସମିଟର ଲାଗିବ ବୋଲି ସୂଚନା ମିଳିଛି।
ଗୁରୁବାର ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪ଟି ଘଡିଆଳ କୁମ୍ଭୀରଙ୍କୁ ସାତ କୋଶିଆ ଅଭୟାରଣ୍ୟକୁ ପଠାଯାଇଛି। ବିଦାୟ ନେବାକୁଥିବା ଘଡ଼ିଆଳ କୁମ୍ଭୀରଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ୧୪ ବର୍ଷ ବୟସର ଅଣ୍ଡିରା,୨ଟି ଦଶ ବର୍ଷ ବୟସର ମାଈ ଓ ଏକ ୧୨ ବର୍ଷ ବୟସର ମାଈ। ନନ୍ଦନକାନନର କର୍ମଚାରୀମାନେ ଏହି କୁମ୍ଭୀର ୪ଟିଙ୍କୁ ଘଡ଼ିଆଳ ଟାଙ୍କିରୁ ଧରି ପୃଥକ ପୃଥକ ପେଟିରେ ଭର୍ତ୍ତି କରି ରଖିଛନ୍ତି। ପାହାନ୍ତିଆ ପ୍ରହରରେ ସେମାନଙ୍କୁ ଏକ ୪୦୭ ଟ୍ରକରେ ଲଦି ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ଜଳାଶୟରେ ଛାଡିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ଦୁଇ ବର୍ଷ ହେବ ନନ୍ଦନକାନନରୁ ଘଡ଼ିଆଳ କୁମ୍ଭୀରଙ୍କୁ ନେଇ ସାତକୋଶିଆରେ ଛଡ଼ାଯାଉଛି। ରାଜ୍ୟ ସରକାର ଲୋପ ପାଇବାକୁ ବସିଥିବା ଘଡ଼ିଆଳ କୁମ୍ଭୀରଙ୍କ ବଂଶ ବୃଦ୍ଧି ଲାଗି ସାତକୋଶିଆ ଅଭୟାରଣ୍ୟରେ ଏଭଳି ଯୋଜନା କରିଛନ୍ତି। ସେଠାରେ ଘଡ଼ିଆଳ କୁମ୍ଭୀରମାନଙ୍କର ବଂଶ ବୃଦ୍ଧି ହେବା ସହିତ ଏହି କୁମ୍ଭୀରମାନେ ଜଙ୍ଗଲ ସୁରକ୍ଷା ଓ ଜୀବଜନ୍ତୁଙ୍କ ବଂଶ ବୃଦ୍ଧିରେ ସନ୍ତୁଳନ ରକ୍ଷାରେ ସହାୟକ ହେବେ ଉଦ୍ଦେଶ୍ୟରେ ଏଭଳି ଯୋଜନା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/8887a66a-70dc-4fe7-930d-a3d29ab7c159.jpg)