ଭୁବନେଶ୍ବର: ସୂତ୍ର ପକ୍ଷରୁ ଦୁଇଦିନିଆ ଫ୍ୟାସନ୍ ପ୍ରଦର୍ଶନୀ ହୋଟେଲ ମେ’ ଫେୟାର ଲାଗୁନ୍ଠାରେ ଆରମ୍ଭ ହୋଇଛି। ଏହି ମେଳାରେ ୧୭ରୁଅଧିକ ଷ୍ଟଲ୍ ରହିଛି। ଏଠାରେ ଲାଇଫ୍ ଷ୍ଟାଇଲ୍ ଉତ୍ପାଦ ସହ ଫ୍ୟାସନ୍ ଡିଜାଇନର୍ ଓ ଘରକରଣା ଜିନିଷ ଉପଲବ୍ଧ ହେଉଛି।
ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ଏହି ମେଳାରେ ପାରମ୍ପରିକ ଭାରତୀୟ ପୋଷାକଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ପାଶ୍ଚାତ୍ୟ ପୋଷାକ, ସ୍ମାର୍ଟ କାଜୁଆଲ, ଟ୍ରେଣ୍ଡି ଚିକ୍, ଏକ୍ସକ୍ଲୁସିଭ୍ ଡିଜାଇନର୍ ଓ୍ବେୟର, ଜୁଏଲାରି ପ୍ରମୁଖ ଉତ୍ପାଦ ମିଳୁଛି। ଏହି ପ୍ରଦର୍ଶନୀରେ ୬୦ରୁ ଅଧିକ ଉଦ୍ୟୋଗୀ ଯୋଗ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/45-6.jpg)