ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଇଂରାଜୀ ବିଭାଗ ପକ୍ଷରୁ ‘ଆଧୁନିକତା ଏବଂ ଏହାର ପରବର୍ତ୍ତୀ ଚଳଣି’ ଶୀର୍ଷକ ଦୁଇଦିନିଆ ଏକ ଆଲୋଚନାଚକ୍ର ଗତ ୧୧ ଓ ୧୨ତାରିଖରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ପିଜି କାଉନସିଲ୍ ଚେୟାରମ୍ୟାନ୍ ପ୍ରଫେସର୍ ଡି.ଏସ୍ ପଟ୍ଟନାୟକ ବିଶ୍ବରେ ଇଂରାଜୀ ଭାଷାର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ।
ପ୍ରଫେସର୍ ଅସୀମ ରଂଜନ ସ୍ବାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜକ ଡ. ଏସ୍. ଦୀପିକା କାର୍ଯ୍ୟକ୍ରମର ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ବିଭାଗୀୟ ମୁଖପତ୍ର ଜର୍ଣ୍ଣାଲ ଅଫ୍ ଲିଟେରାରି ଷ୍ଟଡିଜ୍ର ୨୫ତମ ସଂସ୍କରଣ ଉନ୍ମୋଚିତ ହୋଇଥିଲା।