କଟକ: ଗତକାଲି ରାତି ୮ଟାରେ ତାରପୁର ବାଇପାସ ନିକଟ ମହାନଦୀ ପୋଲ ଉପରୁ ଭରାନଈକୁ ଡେଇଁ ପଡ଼ି ନୃସିଂହ ପରିଡ଼ା (୨୪)ଙ୍କ ଆତ୍ମହତ୍ୟା ଉଦ୍ୟମ ଓ ଦୀର୍ଘ ୧୦ଘଣ୍ଟା ଧରି କସରତ ପରେ ତାଙ୍କୁ ଉଦ୍ଧାର କରାଯିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଭୁବନେଶ୍ବରରେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ ଅକାଳ ମୃତ୍ୟୁ ଘଟଣାରେ ମ୍ରିୟମାଣ ହୋଇ ନୃସିଂହ ଏପରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କୁହାଯାଉଛି। କିଛି ଦିନ ତଳେ ସେ ଆଦିତ୍ୟଙ୍କ ମୃତ୍ୟୁ ପରେ ସେ ଲଣ୍ଡା ହୋଇଥିଲେ।
କିଶୋନଗର ଥାନା ଅନ୍ତର୍ଗତ ସିର୍ଲୋ ଗ୍ରାମର ଗୌରାଙ୍ଗ ପରିଡ଼ାଙ୍କ ପୁଅ ହେଉଛନ୍ତି ନୃସିଂହ। ସେ ଏକ ସାଇକେଲରେ ଆସି ପୋଲ ପାଖରେ ପହଞ୍ଚି କିଛି ସମୟ ଅଟକିଥିଲେ। ସେଠାରେ ସାଇକେଲ, ଚପଲ ଓ ମୋବାଇଲ୍ ରଖି ହଠାତ୍ ଭରା ନଈକୁ ଡେଇଁ ପଡ଼ିଥିଲେ। ଠିକ୍ ସେହି ସମୟରେ ସେହି ବାଟ ଦେଇ ଯାଉଥିବା କେତେକ ବ୍ୟକ୍ତିଙ୍କ ନଜରରେ ଦୈବାତ୍ ଏହା ପଡ଼ିଥିଲା। ଏ ସମ୍ପର୍କରେ ତୁରନ୍ତ ଦମକଳବାହିନୀକୁ ଯୋଗାଯୋଗ କରାଯାଇଥିଲା। ରଘୁନାଥପୁର ଦମକଳ ବାହିନୀ ଓ ପୁଲିସ୍ ପହଞ୍ଚି ବହୁ ଖୋଜାଖୋଜି ପରେ ତାଙ୍କୁ ନପାଇ ଫେରି ଯାଇଥିଲେ। ଆଜି ସକାଳେ ତାରପୁରଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ମହାନଦୀ ପଠାରେ ଖଣ୍ଡତରି ଗ୍ରାମର ଦେବ ବରାଳ, ବିଭୁପ୍ରସାଦ ବରାଳ ଓ ଅନ୍ୟମାନେ ନୃସିଂହଙ୍କୁ ଉଦ୍ଧାର କରି ଥାନାକୁ ଖବର ଦେଇଥିଲେ। ସ୍ଥାନୀୟ ପୁଲିସ୍ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ନେଇ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
/sambad/media/post_attachments/wp-content/uploads/2020/07/sfhsfh8sh98s7fh98sfhsfhhsfsfhfh-1.jpg)
ନୃସିଂହ ପିଲାଟି ବେଳୁ ମା'ଙ୍କୁ ହରାଇଥିବା ନୃସିଂହଙ୍କୁ ତାଙ୍କ ବାପା ରଘୁନାଥପୁର ଥାନା ସାଦେଇପୁର ପଂଚାୟତର ଜଗନ୍ନାଥପୁର ମାମୁଁ ଘରେ ଛାଡ଼ି ଦେଇଥିଲେ। ସେଠାରେ ରହି ସେ ପିପୁଲ ଫର ସେବା ସଙ୍ଗଠନର ସଦସ୍ୟ ଭାବେ ସମାଜସେବାରେ ବ୍ରତୀଥିଲେ। ଆଦିତ୍ୟଙ୍କୁ ଜୀବନର ଆଦର୍ଶ ମଣି ତାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ। ଆଦିତ୍ୟଙ୍କ ଶୁଦ୍ଧିକ୍ରିୟାରେ ଲଣ୍ଡା ହୋଇ ଶେଷକୁ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ ବୋଲି ଅନୁମାନ କରାଯାଉଛି। ତେବେ ପୁଲିସ୍ ଘଟଣାର ତଦନ୍ତ କଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Man-Trying-Suicide-For-Aditya-Death_Thumbnail.jpg)