ଫ୍ୟାନରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

ଧଉଳି: ଧଉଳି ଥାନା ଅଧୀନ ପଳାଶପୁର ଶାସନ ଗ୍ରାମର ଅକ୍ଷୟ ଦାଶ ନାମକ ଜଣେ ଯୁବକ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଏନେଇ ଧଉଳି ଥାନାରେ ନଂ ୧୭/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଆଜି ସକାଳେ ଅକ୍ଷୟ ଉଠିବାରେ ବିଳମ୍ବ ହେବାରୁ ପରିବାରଲୋକ କବାଟ ବାଡ଼େଇ ଡାକିଥିଲେ। ହେଲେ ଭିତରୁ କିଛି ଉତ୍ତର ନ ମିଳିବାରୁ ସନ୍ଦେହ ହୋ‌ଇଥିଲା।

କବାଟ ଭାଙ୍ଗି ଦେଖିବା ବେଳକୁ ଅକ୍ଷୟଙ୍କ ଶବ ଫ୍ୟାନ୍‌ରେ ଝୁଲୁଥିଲା। ଧଉଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।
ସୂଚନା ଅନୁସାରେ, ଅକ୍ଷୟ ବିବାହିତ। ନିଶାଗ୍ରସ୍ତ ଅବସ୍ଥାରେ ଅନେକ ସମୟରେ ‌ଘରେ ଗଣ୍ଡଗୋଳ କରନ୍ତି। ଗତ ରାତି ପ୍ରାୟ ସାଢ଼େ ୮ଟାରେ ଖାଇ ସାରିବା ପରେ ନିଜ ରୁମ୍‌ର ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ।

ସମ୍ବନ୍ଧିତ ଖବର