ଗୁଞ୍ଜନ ପ୍ୟାଲେସ୍‌ରେ ଆଧାର ଓ ଭୋଟର୍ ଲିଙ୍କ୍ କାର୍ଯ୍ୟକ୍ରମ

ଭୁବନେଶ୍ବର: ନିର୍ଭୁଲ୍‌ ଭୋଟର୍‌ ତାଲିକା ପ୍ରସ୍ତୁତ ଲକ୍ଷ୍ୟରେ ସରକାର ଆରମ୍ଭ କରିଥିବା ଆଧାର-ଭୋଟର୍‌ ପରିଚୟପତ୍ର ସଂଯୋଗୀକରଣ କାର୍ଯ୍ୟକ୍ରମ ଭୁବନେଶ୍ବରରେ ଜୋର୍‌ସୋର୍‌ରେ ଚାଲିଛି। ସହରୀ ଭୋଟର୍‌ ସହଯୋଗ କରୁନଥିବା ଅଭିଯୋଗ ହେବା ପରେ ଲୋକଙ୍କୁ ସଚେତନ କରିବାକୁ ସଚେତନତା ରଥ ବୁଲିବା ଆରମ୍ଭ କାରିଛି।

ତା’ ସହିତ ଲୋକଙ୍କ ଉତ୍ସାହ ମଧ୍ୟ ବଢ଼ିଛି। ଏହି କ୍ରମରେ ଆଜି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବୁଥ୍‌ ନଂ ୧୭୩, ୧୭୪ ଓ ୧୭୫ର ବିଏଲ୍‌ଓ ଯଥାକ୍ରମେ ସୁନୀଲ କୁମାର ସୁବୁଦ୍ଧି, ପବିତ୍ର କୁମାର ପତି ଓ ଜ୍ୟୋତ୍ସ୍ନାରାଣୀ ବେହେରା ଲର୍ଡ ଗୁଞ୍ଜନ ପ୍ୟାଲେସ୍‌ରେ ବୁଲି ଭୋଟର ପରିଚୟପତ୍ର ସହ ଆଧାର କାର୍ଡ ସଂଯୋଗୀକରଣ କରାଇଛନ୍ତି। ଲର୍ଡ ଗୁଞ୍ଜନ ପ୍ୟାଲେସର ସଂପାଦକ ପ୍ରଦୀପ ପାତ୍ରଙ୍କ ତତ୍ତ୍ବାବଧାନରେ ତଥା ମ୍ୟାନେଜର ଶକ୍ତିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା।

ସମ୍ବନ୍ଧିତ ଖବର