ଭୁବନେଶ୍ୱର: ନବନିର୍ମିତ ଆଇଗିଣିଆ ଓଭରବ୍ରିଜ ଆଜି ଦବିଯାଇଛି | ଏକ ଟ୍ରକ ଯିବା ବେଳେ ଓଭରବ୍ରିଜ ଦବିଯାଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଟ୍ରକ ଚାଳକ | ଧୀରେ ଧୀରେ ବ୍ରିଜ୍ ଦବୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏନେଇ ଜଣାପଡିବା ପରେ ପୁଲିସ ଓ ଏନଏଚଏଆଇ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ତେବେ ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି ଯଦି ଓଭରବ୍ରିଜ କାର୍ଯ୍ୟ ଶେଷ ହୋଇନଥିଲା ତେବେ କ’ଣ ପାଇଁ ଗାଡ଼ି ଛଡ଼ା ଯାଇଥିଲା । ଆଜି ଯଦି କୌଣସି ବଡ଼ ଧରଣର ଅଘଟଣ ହୋଇଥାନ୍ତା ଏଥିପାଇଁ କିଏ ଦାୟୀ ରହିଥାନ୍ତା ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp