ଆମ୍‌ ଆଦମୀ ପାର୍ଟିର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ

‘ମିସନ ଓଡ଼ିଶା’କୁ ସଫଳ ପାଇଁ ଶପଥ

ଚନ୍ଦ୍ରଶେଖରପୁର: ଆମ୍‌ ଆଦମୀ ପାର୍ଟି ଓଡ଼ିଶା ଶାଖାର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଚନ୍ଦ୍ରଶେଖରପୁର ବିଏମସି କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ପ୍ରାୟ ଏକ ହଜାର ସକ୍ରିୟ କାର୍ଯ୍ୟକର୍ତ୍ତା ଯୋଗଦେଇ ‘ମିସନ ଓଡ଼ିଶା’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶପଥ ନେଇଥିଲେ। ସମ୍ମିଳନୀରେ ଆପ୍‌ ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟ୍‌ର ବିଧାୟକ ବୀରେନ୍ଦ୍ର ସିଂହ କାଡିଆନ ଅଧ୍ୟକ୍ଷତା କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜରିୱାଲ ଜାତୀୟ ରଣନୀତିରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ସ୍ଥିତିକୁ ଗ୍ରହଣ କରିଥିବାର ସୂଚନା ଦେଇଥିଲେ।

ଆପ୍‌ର ‘ମେକ ଇଣ୍ଡିଆ ନମ୍ବର ୱାନ’ ଅଭିଯାନରେ ସମସ୍ତ ଓଡ଼ିଶାବାସୀ ସାମିଲ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ। ଓଡ଼ିଶାର ପ୍ରତ୍ୟକ ଜିଲ୍ଲା ଗସ୍ତ କରି ଆଗାମୀ ଦିନରେ ସଂଗଠକୁ ସୁଦୃଢ଼ କରିବା ପାଇଁ ସେ କାର୍ଯ୍ୟ କରିବେ ବୋଲି ଘୋଷଣା କରିଥିଲେ। ଏଥିସହ ପାର୍ଟିର ରାଜ୍ୟ ଅଧ୍ୟକ୍ଷ ନିଶିକାନ୍ତ ମହାପାତ୍ର କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ଏକ ବର୍ଷ ସମ୍ପୂର୍ଣ୍ଣ ଭାବରେ ପାର୍ଟିର ସଂଗଠନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ।

ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାରର ଆନ୍ଦୋଳନକୁ ମଜଭୁତ କରିବା ସହିତ ବନ୍ୟା ପ୍ରପୀଡ଼ିତ ଜିଲ୍ଲା ଗୁଡିକରେ କର୍ମୀମାନେ ସାଧ୍ୟମତେ ଜନତାର ସେବା କରିବା ଲାଗି ଆଗେଇ ଆସିବାକୁ ଶ୍ରୀ ମହାପାତ୍ର ନିବେଦନ କରିଥିଲେ। ନୂତନ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଆନ୍ଦୋଳନରେ ସାମିଲ ହେବା ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଥିଲ‌େ। ରାଜ୍ୟ ଯୁବମୋର୍ଚ୍ଚା ସଭାପତି ସୋମନାଥ ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ରାୟଗଡ଼ା ଜିଲ୍ଲା ସଭାପତି ଜନ୍ମେଜୟ ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର