ଆପ୍‌ ପକ୍ଷରୁ ବିଏମ୍‌ସି ଅଫିସ୍‌ ସାମ୍ନାରେ ବିକ୍ଷୋଭ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବେଆଇନ୍‌ ପାର୍କିଂ ଫି, ବର୍ଦ୍ଧିତ ପାର୍କିିଂ ଫି ଆଦାୟ ନେଇ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଭୁବନେଶ୍ୱର ଶାଖା ପକ୍ଷରୁ ବିଏମ୍‌ସି ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଅଶ୍ୱିନୀ ମହାପାତ୍ର ଓ ଦେବାଶିଷ ମହାପାତ୍ରଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଆପ୍‌ ପକ୍ଷରୁ କୁହାଯାଇଛି, ବିଏମ୍‌ସ ପକ୍ଷରୁ ମନମୁଖୀ ପାର୍କିିଂ ଫି ଆଦାୟ ସହ କିଛି ହାଟ, ଡାକ୍ତରଖାନା, ସ୍କୁଲ, କଲେଜ ଆଦି ପରି ଅତ୍ୟାବଶ୍ୟକ ସ୍ଥାନରେ ବେଆଇନ ପାର୍କିଂ ଫି ଆଦାୟ କରାଯାଉଛି। ରାଜଧାନୀରେ ସଂପୂର୍ଣ୍ଣ ମାଗଣା ପାର୍କିଂ ବ୍ୟବସ୍ଥା ପ୍ରଚଳନ କରିବାକୁ ପାର୍ଟି ପକ୍ଷରୁ ଦାବି କରାଯାଇଛି। ବିକ୍ଷୋଭ ପରେ ପାର୍ଟି ପକ୍ଷରୁ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ପାର୍ଟିର ଦାବି ପୂରଣ ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତବନୀ ଦିଆଯାଇଛି। ଶୋମନାଥ ମହାପାତ୍ର, ବାଲାଜୀ ବିଶ୍ୱନାଥ ମହାନ୍ତି, ସ୍ମୃତିରଞ୍ଜନ ବେହେରା ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର