ମାରୁତି ସୁଜୁକି ପକ୍ଷରୁ ଏବି ସିଂହ ସମ୍ମାନିତ

ଭୁବନେଶ୍ବର: ଆଦ୍ୟାନ୍ତ ହାୟର ସେକେଣ୍ଡାରି ସ୍କୁଲ୍‌ର ପ୍ରତିଷ୍ଠାତା ଏବଂ ଆକାଶ ଭୁବନେଶ୍ବର ଶାଖା ନିର୍ଦେଶକ ଅଜୟ ବାହାଦୂର ସିଂହଙ୍କୁ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନିତ କରାଯାଇଛି। ଦିଲ୍ଲୀ ଗୁଡ୍‌ଗାଓଁସ୍ଥିତ ମାରୁତି ସୁଜୁକି ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠା ଦିବସରେ ତାଙ୍କୁ ସମ୍ବର୍ଧିତ କରାଯାଇଛି। ଜୟ ଲକଡା ଶ୍ରୀ ସିଂହଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ପୁରସ୍କାର ପରେ ନିଜ ଅଭିଭାଷଣରେ ଶ୍ରୀ ସିଂହ କହିଲେ, ଅକ୍ଳାନ୍ତ ପରିଶ୍ରମ ଓ ଅଧ୍ୟବସାୟ ହିଁ ଏହିଭଳି ସମ୍ମାନ ଆଣି ଦେଇଥାଏ। ଏଥିସହ ପୁରସ୍କାର ଜଣେ ବ୍ୟକ୍ତିକୁ ଆହୁରି ଦାୟିତ୍ବବାନ ଓ ପ୍ରତିବଦ୍ଧ କରେ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର