ଶୈଶବ ଇଣ୍ଡିଆ ପକ୍ଷରୁ ‘ଏ ଡେ ଫର୍‌ କଲାମ’

ଭୁବନେଶ୍ୱର : ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ଶୈଶବ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପରିସରରେ ଏ ଡେ ଫର୍‌ କଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ବୈଜ୍ଞାନିକ ସୁଶାନ୍ତ ଦାଶ, ଲେଖକ ଅଭୟ କୁମାର ନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିଗଣ ରାଷ୍ଟ୍ରନିର୍ମାଣ, ଶିକ୍ଷା ଓ ବିଜ୍ଞାନ ପ୍ରତି କଲାମଙ୍କ ଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରା ଖାନ୍‌, ଗୁଞ୍ଜନ ମହାପାତ୍ର, ପ୍ରଫୁଲ୍ଲ କୁମାର ସାହୁ, ସୌଭାଗ୍ୟ ରଞ୍ଜନ ମଲ୍ଲିକ, ମହମ୍ମଦ ଅବଦୁଲା, ମିହିର ନାରାୟଣ ମହାନ୍ତି, ଦେବେନ୍ଦ୍ର କୁମାର ପତି, ସୁଜିତ୍‌ ବେହେରା, ଶିବ ନାରାୟଣ ମହାପାତ୍ର, ମଧୁସ୍ମିତା ମହାପାତ୍ର, ସରସ୍ୱତୀ ସାହୁ, ଲମ୍ବୋଦର ମହାନ୍ତି, କବି ପ୍ରସାଦ ମହାନ୍ତି, ପ୍ରମୋଦ କୁମାର ପାତ୍ର, କାଳିଚରଣ ସିଂହ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ତଥା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ମୁନ୍ନା ଖାଁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସ୍ୱାଗତ ଭାଷଣ ଦେଇଥିଲେ ସଙ୍ଗୀତା ପଟ୍ଟନାୟକ। ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ସମ୍ପାଦିକ ବୀଣାପାଣି ଜୟସିଂହ। କାଳୀଚରଣ ସିଂହ ଧନ୍ୟବାଦ ପ୍ରଦାନ କରିଥିଲେ।

କଲାମଙ୍କ ପାଇଁ ଦୌଡ଼ିଲେ

ସକାଳେ ଫାଉଣ୍ଡେସନ ପକ୍ଷରୁ କଲାମଙ୍କ ଉଦ୍ଦେଶ୍ୟରେ ଏକ ମିନି ଇଣ୍ଡିଆ ମାରାଥନ୍‌ ଅନୁଷ୍ଠିତ ହୋଇଥିଲା। ରାମମନ୍ଦିର ଛକ ନିକଟରୁ ଏହି ଶେଭାଯାତ୍ରା ବାହାରି ମାଷ୍ଟର କ୍ୟାଣ୍ଟିନ ଛକରେ ପହଞ୍ଚି ପୁଣି ରାମମନ୍ଦିର ନିକଟରେ ପହଞ୍ଚିଥିଲା। ଏଥିରେ ସ୍କେଟିଂ ରୋଲ ଆସୋସିଏସନର ପିଲାମାନଙ୍କ ସହ ଅନେକ ଲୋକ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ମେୟର ଅନନ୍ତ ନାରାୟଣ ଜେନା, ଡ. ଚିତ୍ତରଞ୍ଜନ ମିଶ୍ର, ଡ. ଅଭୟ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ମୁନ୍ନା ଖାଁ, ସମ୍ପାଦିକା ବୀଣାପାଣି ଜୟସିଂହ ଓ ମୁଖ୍ୟ ସଂଗଠକ ରଜନୀକାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର