‘କରୋନା’ ପ୍ରଭାବ ଆସିଲାନି ଟୁରିଷ୍ଟ୍‌ ବସ, କମିଲା ଅବଢ଼ା ବିକ୍ରି

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ପର୍ଯ୍ୟଟକ ସଂଖ୍ୟା ଉପରେ କରୋନା ପ୍ରଭାବ ପଡ଼ିଛି। ପୂର୍ବରୁ ଦିନକୁ ୫୦ରୁ ୬୦ ତୀର୍ଥଯାତ୍ରୀ ବସ୍‌ ଆସୁଥିବା ବେଳେ ଆଜି ଆଦୌ ବସ୍‌ ଆସିନାହିଁ। ସେହିପରି ଟୁରିଷ୍ଟ କାର୍‌ ମଧ୍ୟ ଆସିନାହିଁ। ଅନ୍ୟପଟେ ଶ୍ରୀଲିଙ୍ଗରାଜ ମନ୍ଦିର ଓ ବାସୁଦେବ ମନ୍ଦିରରେ ଅବଢ଼ା ବିକ୍ରି କମିଛି। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ସଂଖ୍ୟ ମଧ୍ୟ କମିଛି। ପ୍ରକାଶଥାଉକି, ଏକାମ୍ର କ୍ଷେତ୍ରରେ ରହିଛି ବହୁ ଦର୍ଶନୀୟ ସ୍ଥାନ। ଧଉଳି, ଖଣ୍ଡଗିରି, ରାଜାରାଣୀ ମନ୍ଦିରକୁ କରୋନା ପାଇଁ ବନ୍ଦ କରାଯାଇଥିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯିବା ସୁବିଧା ରହିଛି। କେହି ଆସିଲେ ହାତ ହ୍ୟାଣ୍ଡୱାସ୍‌ରେ ସଫା କରିବାକୁ ସୁବିଧା ଯୋଗାଇ ଦିଆଯାଉଛି। ହେଲେ କରୋନାର ପ୍ରଭାବ ଯୋଗୁଁ ପର୍ଯ୍ୟଟକ କମିଛନ୍ତି। ମନ୍ଦିରରେ ଯେଉଁ ପରିମାଣରେ ଅବଢ଼ା ପ୍ରସ୍ତୁତ ହୁଏ ତାହା ଶତକଡ଼ା ୮୦ଭାଗ କମିଛି। ବିବାହ ବ୍ରତ ଓ ବିଭିନ୍ନ ଭୋଜିରେ କଟକଣା ପାଇଁ ଅବଢ଼ା କମିଛି ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି। ଅପରପକ୍ଷରେ ମୁକ୍ତେଶ୍ୱର ଓ ବାସୁଦେବ ମନ୍ଦିରକୁ ବହୁ ବ୍ୟକ୍ତି ଆସୁଛନ୍ତି। ଏଠାରେ କରୋନା ସତର୍କତା ଅବଲମ୍ବନ କରାଯାଇ ସରକାରଙ୍କ ପକ୍ଷରୁ ହ୍ୟାଣ୍ଡ୍‌ୱାସ୍‌ ବ୍ୟବସ୍ଥା କରିବାକୁ ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର