ପୁରୁଣା ଭୁବନେଶ୍ୱର: ଚାଲିଛି କାର୍ତ୍ତିକ ମାସ। ଏଥିପାଇଁ ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ ବାସୁଦେବ ମନ୍ଦିରରେ ଅବଢ଼ା ପାଇଁ ଲାଗି ରହିଛି ଭିଡ଼। ହବିଷ୍ୟାଳିମାନେ ଭିଡ଼ରେ ଅବଢ଼ା କିଣୁଥିବା ବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଯେଉଁ ହବିଷ୍ୟାଳିମାନେ ଘରେ ରହି ଠାକୁର ପୂଜା କରିବା ସହ ହବିଷ୍ୟ ପାଳନ କରୁଛନ୍ତି ତାଙ୍କୁ କିଛି ଯୁବକ ଅବଢ଼ା ଯୋଗାଉଛନ୍ତି। ସେମାନେ ଆନନ୍ଦବଜାରରୁ ଅବଢ଼ା କିଣି ଟିଫିନ୍‌ରେ ଭର୍ତ୍ତି କରି ଘରେ ଘରେ ଯୋଗାଉଛନ୍ତି। ଏହା ଦ୍ବାରା ସେମାନେ ଭଲ ଦି ପଇସା ରୋଜଗାର କରିବା ସହ ହବିଷ୍ୟାଳିଙ୍କୁ ଘରେ ସୁବିଧାରେ ଅବଢ଼ା ପହଞ୍ଚାଉଛନ୍ତି। ଏକାମ୍ର କ୍ଷେତ୍ରରେ ୪ରୁ ୫ଜଣ ଯୁବକ କାର୍ତ୍ତିକ ମାସ ସାରା ଏହି କାମ କରୁଛନ୍ତି।