ଅତୀତର ସଂସ୍କୃତି ଓ ଇତିହାସ ଗୁରୁତ୍ୱ ବହନ କରେ

ଅଭିଲେଖାଗାର ସପ୍ତାହ ଆରମ୍ଭ

ଭୁବନେଶ୍ୱର: ଅଭିଲେଖାଗାର ମାନବ ସମାଜକୁ ଅତୀତ ମନସ୍କ କରାଇବାରେ ସଫଳ ହୋଇଥାଏ। ଇତିହାସର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାର ପ୍ରତ୍ୟେକ ଫର୍ଦ୍ଦ ଅଭିଲେଖାଗାରରେ ହିଁ ମିଳେ। ଆଜି ରାଜ୍ୟ ଅଭିଲେଖାଗାରରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଅଭିଲେଖାଗାର ସପ୍ତାହ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏହା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ ଯୋଗ ଦେଇଥିଲେ। ବିଶିଷ୍ଟ ଗବେଷିକା ନିବେଦିତା ମହାନ୍ତି ଓ ପ୍ରଫେସର ରାଜକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଷଲ। ଅଭିଲେଖାଗାରର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ସ୍ୱାଗତ ଭାଷଣ ଦେଇଥିଲେ। ‘ସୃଜନିକା’ ପକ୍ଷରୁ ପୁଷ୍ପଶ୍ରୀ ପଟ୍ଟନାୟକ ଅଭିଲେଖାଗାରକୁ ଅବିରଳ ପୁସ୍ତକ ଅର୍ପଣ କରିଥିଲେ। ସଂଗ୍ରହାଧ୍ୟକ୍ଷ ସୋଲେମାନ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ। ‘ଓଡ଼ିଶା ଇତିହାସ ଓ ସଂସ୍କୃତି ଚର୍ଚ୍ଚାରେ ଅଭିଲେଖାଗାରର ଭୂମିକା’ ଶୀର୍ଷକ ପ୍ରସଙ୍ଗ ଉପରେ ଆୟୋଜିତ ସମ୍ପାନରେ ବକ୍ତା ଭାବେ କୈଳାସ ଚନ୍ଦ୍ର ଦାଶ ଓ ଜାତୀୟ ଅଭିଲେଖାଗାରର ସହ ନିର୍ଦ୍ଦେଶକ ଲଲାଟେନ୍ଦୁ ଦାସମହାପାତ୍ର ଯୋଗ ଦେଇଥିଲେ। ସଂସ୍କୃତି ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ମହେଶ ପ୍ରସାଦ ଦାଶ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଶଶାଙ୍କ ଦାଶଙ୍କ ଦ୍ୱାରା ସଂଗୃହୀତ ଓଡ଼ିଶାର ପୁରାତନ ଖବରକାଗଜ ଓ ପତ୍ରପତ୍ରିକା ପ୍ରଦର୍ଶନ କରାଯାଇଥିଲା।

ସମ୍ବନ୍ଧିତ ଖବର