ଭୁବନେଶ୍ୱର : ଅଭିମନ୍ୟୁ ରୋଡ୍କୁ ନେଇ କୋର୍ଟରେ ଚାଲିଥିବା ମାମଲାର ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇବାର ସମ୍ଭାବନା ଅଛି। ଅଭିମନ୍ୟୁ ସ୍ମୃତି ସଂସଦ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ପୂର୍ତ ବିଭାଗର ସଚିବ ଓ ମୁଖ୍ୟଯନ୍ତ୍ରୀ ଏହି ମାମଲାରେ ଏଯାବତ ପ୍ରତିପକ୍ଷ ଜବାବ (କାଉଣ୍ଟର ଆଫିଡେଭିଟ୍) ଦଖଲ କରିନାହାନ୍ତି। ଜବାବ ଦାଖଲ ପାଇଁ ୧୨ ଜୁନ୍, ୨୦୧୮ ଶେଷ ତାରିଖ ଥିଲେ ହେଁ ଜବାବ ଦାଖଲ ହୋଇ ନଥିବାରୁ ସମ୍ଭବତଃ ଆସନ୍ତାକାଲି ଶେଷ ସୁଯୋଗ ରହିଛି। ତେଣୁ ଆସନ୍ତାକାଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇବା ନେଇ ସମ୍ଭାବନା ଦେଖାଦେଇଛି।
ବାସ୍ତବ କଥା ହେଉଛି, ସତ୍ୟନଗରରୁ ଫ୍ଲାଏ ଓଭର ଦେଇ କଟକ ରୋଡ୍କୁ ବାହାରିଥିବା ରାସ୍ତାର ନାମ ୨୦୦୩ରୁ ଓଡ଼ିଆ ମାଟିର କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ନାମରେ ଥିଲା। ମାତ୍ର ୧୩ ବର୍ଷ ପରେ ରୋଡ୍ ଆଣ୍ଡ୍ ଓ୍ଵାର୍କ୍ସ ବିଭାଗ ଏହାକୁ ମଦର ଟେରେସାଙ୍କ ନାମରେ ନାମିତ କରିବା ପରେ ହିଁ ବିବାଦ ମୁଣ୍ଡ ଟେକିଥିଲା।