ଚଳଚ୍ଚିତ୍ର ମୋ ଜୀବନ। ୪ ବର୍ଷ ବୟସରୁ ମୁଁ ଫିଲ୍ମ ଦେଖିବା ଆରମ୍ଭ କରିଥିଲି। ଦିନେ ବାପା, ମା’ଙ୍କ ସହ ଫିଲ୍ମ ଦେଖିବାକୁ କେଶରୀ ହଲ୍ ଯାଇଥାଏ। ହଲ୍ରେ ପହଞ୍ଚିବା ପରେ ବାପା ଆମକୁ ଠିଆ କରେଇ ଦେଇ କାର୍ ପାର୍କ କରିବାକୁ ଗଲେ। ମୁଁ ଆଉ ମା’ ଚିପ୍ସ କିଣି ଠିଆ ହୋଇଥାଉ। ହଠାତ୍ ଦେଖିଲି ଗେଟ୍ ଖୋଲା ହୋଇଗଲାଣି। ମା’କୁ କହିଲି ଚାଲ ଭିତକୁ ଯିବା। ଫିଲ୍ମର ସମୟ ହୋଇଗଲାଣି। ମା’ କିନ୍ତୁ ବାପାଙ୍କୁ ଅପେକ୍ଷା କରିଥିଲେ। ମୁଁ ଲୋକଙ୍କ ସହ ସେହି ଭିଡ଼ରେ ପଶିଗଲି। ସମସ୍ତେ ସିଟ୍ରେ ବସିଲା ପରେ ମୁଁ କେଉଁଠାରେ ବସିବି ବୋଲି ଜଣଙ୍କୁ ପଚାରିଲି। ସେ ତାଙ୍କ କୋଳରେ ବସେଇ ପୂରା ଫିଲ୍ମ ଦେେଖଇଲେ। ଫିଲ୍ମ ଦେଖି ବାହାରିବା ପରେ ଦେଖିଲି ବାହାରେ ପ୍ରବଳ ଭିଡ଼। ଆଉ ସେଇ ଭିଡ଼ ଭିତରେ ମୋ ମା’ ବସି କାନ୍ଦୁଛି। ମୁଁ ହଜିଯିବା ଭାବି ଲୋକଙ୍କୁ ସାହାଯ୍ୟ ମାଗୁଛି। ମୁଁ ମା’ ପାଖକୁ ଆସି ହସି ପଚାରିଲି, ତୁ ଏଠାରେ କୋଉ ଫିଲ୍ମ ଦେଖି କାନ୍ଦୁଛୁ। ମା’ ରାଗରେ ଆସି ମୋ ପିଠିରେ ଦୁମ୍ ଦୁମ୍ କସିଦେଲା। କହିଲା, ତତେ ୩ ଘଣ୍ଟା ହେଲାଣି ଖୋଜୁଛି। ଆସି ପଚାରୁଛୁ କାଇଁ କାନ୍ଦୁଛି। ମୁଁ କହିଲି, ତତେ ଡାକିଲି ତୁ ଆସିଲୁନି ବୋଲି ମୁଁ ପଳେଇଲି। ସେହିଦିନ ଘରକୁ ଆସି ବି ମାଡ଼ରୁ ନିସ୍ତାର ମିଳିଲାନି। ଯେତେବେଳେ ବି ସେଇ ହଲ୍ ଯାଏ ସେ କଥା ମନେ ପଡ଼ିଯାଏ। ଆଉ ପାଖରେ ମୋ ସହ ଯିଏ ବି ଥାଏ ତାକୁ ଏଇ ସ୍ମୃତି କହି ହସେ। ପିଲା ବେଳର ଏଇ ଦୁଷ୍ଟାମୀ ଯୋଗୁ ଚଳଚ୍ଚିତ୍ର ଦୁନିଆରେ ଆଜି ପ୍ରତିଷ୍ଠିତ ହୋଇପାରିଛି ବୋଲି କୁହନ୍ତି ଅଭିନେତା ଗୁଡ୍ଡୁ।